ମହିଳା ଟି୨୦ ବିଶ୍ୱକପ: 'ଶେଫାଳିଙ୍କୁ ବୋଲିଂ କରିବାକୁ ଡର ଲାଗୁଛି', ଫାଇନାଲ ପୂର୍ବରୁ ଏମିତି କହିଲେ ଅଷ୍ଟ୍ରେଲିଆ ବୋଲର

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬|୦୩  ଶେଫାଳି ବର୍ମା  ସ୍ମୃତି ମାନ୍ଧାନା ଅଷ୍ଟ୍ରେଲିଆର ମେଗାନ୍ ସ୍କଟଙ୍କ ବଲକୁ ମନଇଚ୍ଛା ପ୍ରହାର କରିଥିଲେ। ତେଣୁ ଏହି ଦ୍ରୁତ ବୋଲର ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଉନାହାଁନ୍ତି। ଆସନ୍ତା ରବିବାର ଦିନ ହେବାକୁ ଥିବା ଆଇସିସି ଟି୨୦ ମହିଳା ବିଶ୍ୱକପ ଫାଇନାଲରେ ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବାକୁ ଚାହୁଁନଥିବା କହିଛନ୍ତି।

{"id":233816,"width":755,"height":426,"sizeSlug":"large"}

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୁରୁବାର ବର୍ଷା ପ୍ରଭାବିତ ମ୍ୟାଚରେ ଅଷ୍ଟ୍ରେଲିଆ ୫ ରନରେ ବିଜୟୀ ହେବା ସହ ଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚରେ ସ୍କଟ୍ ୧୭ରନ ଦେଇ ୨ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ। କିନ୍ତୁ ସେ ଶେଫାଳୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂକୁ ଭୁଲି ନାହାଁନ୍ତି।

wp:core-embed/twitter {"url":"https://twitter.com/ICC/status/1235611042547486721?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235611042547486721\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fdont-wanna-bowl-to-verma-mandhana-during-powerplay-oz-pacer-megan-schutt-wary-of-hammering-tspo-1-1169669.html","type":"rich","providerNameSlug":"twitter","className":""}
https://twitter.com/ICC/status/1235611042547486721?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235611042547486721&ref_url=https%3A%2F%2Faajtak.intoday.in%2Fsports%2Fstory%2Fdont-wanna-bowl-to-verma-mandhana-during-powerplay-oz-pacer-megan-schutt-wary-of-hammering-tspo-1-1169669.html
/wp:core-embed/twitter

ଶେଫାଳି ସ୍କଟଙ୍କ ପ୍ରଥମ ଓଭରରେ ୪ଟି ଚୌକା ଲଗାଇଥିଲା। ଏପରି ବ୍ୟାଟିଂକୁ ନେଇ ସ୍କଟ୍ ଚିନ୍ତିତ ଥିବା ସ୍ୱୀକାର କରିଛନ୍ତି। ଆଇସିସିର ଅଫିସିଆଲ ଓ୍ୱେବସାଇଟରେ ଏହା ଉଲ୍ଲେଖ ରହିଛି। ଏଥିରେ ସ୍କଟ ଭାରତ ସହ ଖେଳିବାକୁ ପସନ୍ଦ କରୁନଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସ୍ମୃତି ଓ ଶେଫାଳି ତାଙ୍କ ବଲକୁ ଅତି ସହଜରେ ଖେଳିଥିଲେ। ତ୍ରିକୋଣୀୟ ମୁକାବିଲାରେ ଶେଫାଳି ଯେଉଁ ଛକା ଲଗାଇଥିଲେ ତାହାକୁ ସେ ଭୁଲି ପାରିନାହାଁନ୍ତି। ଏହା ସବୁଠାରୁ ବଡ ଛକା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.