Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ବାତ୍ୟା ଯୋଗୁଁ ସମୁଦ୍ରର କରାଳ ରୂପ- ବର୍ତ୍ତିଗଲେ ,କୂଳରେ ଲାଗି ଗଛ ଉପରେ ଆଶ୍ରୟ ନେଇଥିଲେ ମତ୍ସଜୀବୀ- ୧୨ ଘଣ୍ଟା ପରେ ଉଦ୍ଧାର କଲା ପ୍ରଶାସନ

9/11/2019 at 5:54 PM


ଭଦ୍ରକ- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଭଦ୍ରକ ଜିଲ୍ଲାର ବାସୁଦେବପୁର- ଧାମରା ରାସ୍ତାରେ ମାଟିରେ ଲୋଟିଛି ଶହ ଶହ ଗଛ । ଭଦ୍ରକ ଜିଲ୍ଲାରେ ସାରା ରାତି ଜାରି ରହିଥିଲା ପବନ ବର୍ଷା । ଧାମରା ବନ୍ଦର ନିକଟ କାଳିନାଳିରେ ଫସି ଯାଇଥିବା ୨ଟି ମାଛଧରା ବୋଟକୁ ଉଦ୍ଧାର କରିଥିଲା ପ୍ରଶାସନ । ଏଥିରେ ଯାଇଥିବା ୮ ମତ୍ସ୍ୟଜୀବୀଙ୍କୁ ମଧ୍ୟ ନିକଟରେ ଥିବା ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

ରାତି ୨ଟାରୁ ବର୍ଷା ପବନ ଦେଖି ନିକଟ ଜଙ୍ଗଲ ଭିତରକୁ ଦଉଡ଼ି ଯାଇ ଗଛ ଉପରେ ଆଶ୍ରୟ ନେଇଥିଲେ ଏହି ମତ୍ସ୍ୟଜୀବୀମାନେ । ବାର ଘଣ୍ଟା ପରେ ଅର୍ଥାତ୍ ଆଜି ଦିନ ୨ଟା ବେଳକୁ ସେମାନଙ୍କୁ ଉଦ୍ଧାର କରିଥିଲା ପ୍ରଶାସନ । ଏମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ବାତ୍ୟା ଓ ପବନ ଯୋଗୁଁ ବିକଟ ରୂପ ଧାରଣ କରିଥିଲା ସମୁଦ୍ର । ସମୁଦ୍ର ମଧ୍ୟରେ ଏମାନ ଦିଗ ହରା ହୋଇଯାଇଥିଲେ । ପଶ୍ଚିମବଙ୍ଗକୁ ଫେରିବା ପାଇଁ ଦିଗ ପାଇ ନଥିଲେ । ବାଧ୍ୟ ହୋଇ ବାସୁଦେବପୁର ନିକଟରେ ଡଙ୍ଗା ଲଗାଇ ଜୀବନ ବ଼ଞ୍ଚାଇବା ପାଇଁ ଗଛ ଉପରେ ଆଶ୍ରୟ ନେଇଥିଲେ ।

ବାସୁଦେବପୁର, ଭଣ୍ଡାରିପୋଖରୀ ଭଳି ଭିଭିନ୍ନ ଅଂଚଳରେ ଚିତ୍ର । ଉପୁଡ଼ି ପଡ଼ିଛି ଗଛ । ଭାଙ୍ଗିପଡ଼ିଛି ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନସଫରମର । ପବନ କମିବା ପରେ ଓଡ୍ରାଫ୍ ଟିମ୍ ସହ ସ୍ଥାନୀୟ ଲୋକେ ଗଛକାଟି ରାସ୍ତା ସଫା କରିବାକୁ ଚେଷ୍ଟା କରିଥିଲେ । ଅନେକ ସ୍ଥାନରେ ପବନ ଯୋଗୁଁ ଗଛ ପଡ଼ି କଚ୍ଚାଘରଗୁଡ଼ିକ ମଧ୍ୟ ଭାଙ୍ଗିଛି ।

   Related Posts