Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଉଦିଆରବରେ ବିଦ୍ରୋହୀ ହେବାରେ ଲାଗିଛନ୍ତି ମହିଳା, ଭାଙ୍ଗୁଛନ୍ତି ସାମାଜିକ ରିତିନୀତି, ବିନା ବୁର୍ଖାରେ ବୁଲୁଛନ୍ତି ହାଟ ବଜାର

ଦୁବାଇ : ଆରବରେ ମହିଳାମାନେ ଏବେ ବିଦ୍ରୋହୀ ହେବାକୁ ଲଗିଲେଣି। ସେମାନେ ଆଜିକାଲି ସାମାଜିକ ରିତିରିବାଜ ବି ଭାଙ୍ଗିବାକୁ ପଛଉ ନାହାନ୍ତି । ଆରବ ଦେଶମାନଙ୍କରେ ଝିଅ ଓ ମହିଳାଙ୍କୁ ବିନା ଅବାୟା (ବୁର୍ଖା)ରେ ଘରୁ ପଦାକୁ ବାହାରିବା ଧାର୍ମିକ ନିଷେଧ ରହିଛି। ହେଲେ ସେମାନେ ଏବେ ବିନା ବୁର୍ଖାରେ ମଲ ଓ ହାଟବଜାରରେ ଘୁରି ବୁଲୁଥିବା ଦେଖାଯାଉଛି।

ରିଆଦର ଏକ ମଲରେ ଜଣେ ଇସ୍ଲାମ ମହିଳା ବିନା ଅବାୟାରେ ବୁଲିବା ଲୋକଙ୍କୁ ଚିକତ କରିଥିଲା। ଲୋକେ ମହିଳାଙ୍କୁ ଘୁରିଘୁରି ଦେଖୁଥିଲେ। କିଛି ଲୋକେ ମହିଳାଙ୍କୁ ପୋଲିସରେ ଦେବାକୁ ଧମକ ବି ଦେଇଥିଲେ। ହେଲେ ମହିଳାଙ୍କ ସାହାସକୁ ଏବେ ସୋସାଲ ମିଡିଆରେ ଖୁବ୍ ତାରିଫ କରାଯାଉଛି। ଗତବର୍ଷ ଶାହଜାଦା ମହମ୍ମଦ ବିନ ସଲମାନ ଏକ ଗଣମାଧ୍ୟମ ସାକ୍ଷାତକାରରେ ମହିଳାଙ୍କ ଡ୍ରେସକୋଡ କୋହଳ କରାଯିବ ବୋଲି କହିଥିଲେ। ଇସ୍ଲାମରେ ପୋଷାକ ଲାଗି କୌଣସି କଟକଣା କେଉଁଠାରେ ବି ନାହିଁ ବୋଲି କହିଥିଲେ । ଏଣୁ ଏହାକୁ ଆନିବାର୍ଯ୍ୟ ଭାବିବା ଭୁଲ ବୋଲି କହିଥିଲେ ସଲମାନ ।

ହେଲେ ତାଙ୍କ କହିବା ଅନୁସାରେ ଔପଚାରିକ ଆଇନ ଏପର୍ଯ୍ୟନ୍ତ ଆସି ନାହିଁ । ହେଲେ ମହିଳାମାନେ ପୁରୁଣା କଟକଣାରେ ଆଉ ରହିବାକୁ ଚାହୁଁ ନାହାନ୍ତି।  କେତେକ କ୍ଷେତ୍ରରେ ମହିଳାପ୍ରଚଳିତ କଳାରଙ୍ଗର ଅବାୟା ବଦଳେ ସାର୍ବଜନିକ ସ୍ଥାନମାନଙ୍କରେ ଏବେ ଝଲମଲ ପୋଷାକର ଆବାୟାରେ ଦେଖାଯାଉଛନ୍ତି। ହେଲେ କିଛି ମହିଳା ଏବେ ବିଲକୁଲ ଆବାୟା ପିନ୍ଧୁ ହିଁ ନାହାନ୍ତି। ଏପରି ଜଣେ ମହିଳା ହେଉଛନ୍ତି ୩୩ ବର୍ଷ ବୟସ୍କା ମସାଲ-ଅଲ-ଜାଲୁଦ । ସେ ଗତ ୪ ମାସ ହେଲା ବିନା ବୁର୍ଖାରେ ରିଆଦରେ ରହୁଛନ୍ତି। ସେହିପରି ୨୫ ବର୍ଷ ବୟସ୍କା ମନାହେଲ ମଧ୍ୟ ବୁର୍ଖା ପିନ୍ଧିବା ଅନେକ ଦିନରୁ ଛାଡି ଦେଇଥିବା କହିଛନ୍ତି। ହେଲେ ବିନା ଅବାୟାରେ ବୁଲିବା ଯୋଗୁ ରିଆଦର କିଛି ମଲରେ ଜାଲୁଦଙ୍କ ଲାଗି  କଟକଣା ଥିବା ଜଣାପଡିଛି। 

455 Views

   ସମ୍ବନ୍ଧିତ ଖବର