ଆଇପିଏଲ୍- ଅଷ୍ଟ୍ରେଲିଆର ସିମର ପ୍ୟାଟ୍ କମିନସ୍ ସର୍ବାଧିକ ୧୫ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ ୧୯।୧୨- ଆଇପିଏଲ୍ ପାଇଁ ଖେଳାଳି ନିଲାମୀ । ଅଷ୍ଟ୍ରେଲିଆର ସିମର ପ୍ୟାଟ୍  କମିନସ୍ ସର୍ବାଧିକ ୧୫ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ କଣିଛି । ସେହିଭଳି ଅଷ୍ଟ୍ରେଲିଆ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି ପଞ୍ଜାବ ।

ଦକ୍ଷିଣ ଆଫ୍ରିକା ଖେଳାଳି କ୍ରିସ୍  ମୋରିସ୍ ଙ୍କୁ ୧୦ କୋଟି ଟଙ୍କାରେ ଆରସିବି କିଣିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଖେଳାଳି ସେଲଡନ୍  କଟ୍ରେଲ୍ ଙ୍କୁ ସାଢେ ୮ କୋଟି ଟଙ୍କାରେ ପଞ୍ଜାବ ଓ ନେଥନ୍  କୁଲଟର ନାଇଲସଙ୍କୁ ମୁମ୍ବାଇ ଇଣ୍ଡିଆନସ୍  ୮ କୋଟି ଟଙ୍କାରେ କିଣିଛି ।

ବରୁଣ ଚକ୍ରବର୍ତ୍ତିଙ୍କୁ କେକେଆ ୪ କୋଟରେ , ଯଶଶ୍ବୀ ଜୟସୱାଲଙ୍କୁ ରାଜସ୍ଥାନ ରୟାଲସ୍  ୨କୋଟି ୪୦ ଲକ୍ଷରେ, ରବି ବିଷ୍ଣୋଇଙ୍କୁ ପଞ୍ଜାବ ୨ କୋଟି ଟଙ୍କାରେ କିଣିଛି । ସେହିପରି ଜୟଦେବ ଉନାଦକତ୍ ଙ୍କୁ ରାଜସ୍ଥାନ ୩ କୋଟି ଟଙ୍କାରେ କିଣିଛି।  ତେବେ ଡେଲ୍ ଷ୍ଟେନ୍ , ଜାହିର ଖାଁ, କୁଶଲ ପରେରାଙ୍କୁ କୌଣସି ଦଳ କିଣି ନାହାନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.