୪୦ ବର୍ଷ ପରେ ଘରକୁ ଫେରିଲେ ସୀମାଞ୍ଚଳ : ଭୁଲ ଟ୍ରେନ ଧରି ଓଡ଼ିଶା ବଦଳରେ ମଧ୍ୟପ୍ରଦେଶରେ ପହଞ୍ଚିଥିଲେ

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ ୧୬/୦୭ : ଚାରି ଦଶନ୍ଧି ଧରି ଘର ଠାରୁ ଦୂରରେ ରହିବା ପରେ ଏବେ ସେ ଫେରିଛନ୍ତି । ସେ ହେଉଛନ୍ତି ଓଡିଶା ଗଞ୍ଜାମ ଜିଲ୍ଲାରେ ରହୁଥିବା ସୀମାଞ୍ଚଳ ମହାପାତ୍ର । କହିବାକୁ ଗଲେ ୧୯୭୦ ମସିହାରୁ କାମ ଖୋଜି ଗାଁ ଛାଡି ମୁମ୍ବାଇ ଅଭମୁଖେ ଚାଲିଯାଇଥିଲେ । ଏହା ପରେ ସୀମାଞ୍ଚଳ ମଧ୍ୟପ୍ରଦେଶର ବୁରହାନପୁରରେ ପହଞ୍ଚିଥିଲେ । ଯାହାପରେ ସେ ନିଖୋଜ ହୋଇଥିଲେ ।

ସେ ବୁରହାନପୁର ସହରରେ ରୋଟି ବ୍ୟାଙ୍କ ନାମକ ଏକ ଏନଜିଓ ଚଳାଉଥିବା ସଞ୍ଜୟ ସିନ୍ଦେ ଏବଂ କଟକ ବ୍ୟବସାୟୀ କମଲ ରାଠୀଙ୍କ ସହାୟତାରେ ସେ ତାଙ୍କ ଘରେ ପହଞ୍ଚିଛନ୍ତି ।  ସୂଚନା ଅନୁଯାୟୀ କାମ ସନ୍ଧାନରେ ମୁମ୍ବାଇରେ ଯାଇଥିବା ସୀମାଞ୍ଚଳ ମହାପାତ୍ର ସିଭିଲ କଣ୍ଟ୍ରାକ୍ଟର ପାଇଁ କାମ କରିଥିଲେ । ହେଲେ କାମ ସରିବା ପରେ ତାଙ୍କୁ ତାଙ୍କର ପ୍ରାପ୍ୟ ମିଳିନଥିଲା ।

ଏହା ପରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଷ୍ଟେସନକୁ ଆସି ଗୋଟିଏ ଟ୍ରେନରେ ଚଢିଥିଲେ । ଭାବିଥିଲେ ଯେ ଉକ୍ତ ଟ୍ରେନଟି ବରହଁମପୁର ଆଡକୁ ଯିବ । ଭୁଲ ଟ୍ରେନରେ ଧରିବା ଫଳରେ ସେ ମଧ୍ୟପ୍ରଦେଶର ବୁରହାନପୁରରେ ପହଞ୍ଚିଥିଲେ । କିନ୍ତୁ ତାଙ୍କ ପାଖରେ ଟିକେଟ୍ ନଥିବାରୁ ରେଲୱେ ପୋଲିସ୍ ତାଙ୍କୁ ଗିରଫ କରିଥିଲା ପରେ ତାଙ୍କୁ ଛାଡିଦେଇଥିଲା ।

ସେଠାରେ ବୁରହାନପୁରରେ ଘରନଥିବା ସହ ଭୋକିଲା ଉପାସରେ ରହୁଥିବା ଲୋକଙ୍କୁ ଖାଇବାକୁ ଦେଉଥିବା ରୋଟେ ବ୍ୟାଙ୍କ ଚଳାଉଥିବା ସିନ୍ଦେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । କଟକର ବ୍ୟବସାୟୀ କମଲ ରାଠୀ ସହ ମିଶି ତାଙ୍କ ପରିବାରକୁ ଖୋଜିଥିଲେ  ।  କିନ୍ତୁ ଦୀର୍ଘ ୪୦ ବର୍ଷ ପରେ ବ୍ୟବଧାନ ପରେ ସେ ଘରକୁ ଫେରିଥିବା ସୀମାଞ୍ଚଳ ମହାପାତ୍ରଙ୍କ ପାଇଁ ସବୁ କିଛି ବଦଳି ଯାଇଥିଲା ।

କାରଣ ବିବାହର ଦୁଇ ବର୍ଷ ପରେ ଯେତେବେଳେ ସେ ଘରୁ ବାହାରି ଯାଇଥିଲେ । ଯେତେବେଳେ ସେ ଏତେ ବର୍ଷ ପରେ ଘରକୁ ଫେରିଥିଲେ ତାଙ୍କ ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇସାରିଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ଫେରି ଆସିଥିବାରୁ ପରିବାର ସହ ତାଙ୍କ ବନ୍ଧୁବାନ୍ଧବ ଖୁସି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.