ବିହାରରେ ଟ୍ରେନ୍ ଦୁର୍ଘଟଣା: ୬ ମୃତ, ୧୪ରୁ ଅଧିକ ଆହତ

Published By : Prameya-News7 Bureau | February 03, 2019 IST


ବିହାର ୩|୨: ବିହାରରେ ସେହଦାଇ ବୁଜର୍ଗରେ ରେଳ ଦୁର୍ଘଟଣା । ୬ ମୃତ, ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସିମାଞ୍ଚଳ ଏକ୍ସପ୍ରେସର ୯ ଟି ବଗି ଲାଇନ୍ ଚ୍ୟୁତ ହେବାରୁ ଏଭଳି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣା ବିଳମ୍ବିତ ରାତି ୩ଟା ୫୨ ମିନିଟ୍ ରେ ହୋଇଛି ।

{"id":81192,"width":595,"height":358}

ଏହି ଟ୍ରେନ୍ ଟି ଜୋଗବନୀରୁ ଦିଲ୍ଲୀ ଆସୁଥିଲା । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଯାଇ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଡାକ୍ତର ଟିମ ମଧ୍ୟ ଘଟଣା ସ୍ଥଳରେ ଯାଇ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.