ଯାତ୍ରା କରିବା ସମୟରେ ଯଦି ଏହି ଦୁଇଟି ଜିନିଷ ଆପଣଙ୍କ ନଜରକୁ ଆସେ ତାହେଲେ ଜାଣିବେ ଶୁଭ

Published By : Prameya-News7 Bureau | June 01, 2019 IST

ଭୁବନେଶ୍ୱର ୧/୬ : ହିନ୍ଦୁ ଧର୍ମରେ ଅନେକ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମାବଲମ୍ବୀ ସାଧାରଣତଃ ଶାସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ବିଷ୍ଣୁ ପୁରାଣରେ କିଛି ଶୁଭ ଅଶୁଭ ସଂକେତ ବିଷୟରେ କୁହାଯାଇଛି । ଏହି ପୁରାଣ ଅନୁଯାୟୀ, ଯଦି ଦିନରେ ଆପଣଙ୍କୁ ଦୁଇଟି ଜିନିଷ ଦେଖାଦିଏ, କିମ୍ବା ଦୁଇଟି ଜିନିଷ ଉପରେ ଆପଣଙ୍କ ଦୃଷ୍ଟି ପଡେ ତାହେଲେ ଆପଣଙ୍କ ସଙ୍କଟ ସମୟ କଟିଯାଇଥାଏ ।

{"id":118372,"width":583,"height":326}
wp:heading {"level":5}
ଆସନ୍ତୁ ଜାଣିବା ସେ ଦୁଇଟି ଜିନିଷ କ'ଣ :
/wp:heading

ଫସଲ ହୋଇଥିବା ସବୁଜ କ୍ଷେତ - ଯଦି ଆପଣ କେଉଁଆଡେ ଯାତ୍ରା କରୁଛନ୍ତି ଏବଂ ରାସ୍ତାରେ ସବୁଜ ସୁନ୍ଦର ଫସଲ କ୍ଷେତ ଦେଖନ୍ତି ତାହେଲେ ଏହା ଶୁଭ ସଂକେତ ବୋଲି ଜାଣିବେ । ସବୁଜ କ୍ଷେତ ଦେଖିବା ଦ୍ୱାରା ଶୁଭ ଖବର ମିଳିଥାଏ ।

{"id":118379}

ଯଦି ଫସଲ ପାଚିଯାଇଥିବା କ୍ଷେତ ଦେଖନ୍ତି ତାହେଲେ ଆପଣଙ୍କୁ ଅନେକ ଲାଭ ମିଳିବାର ସମ୍ଭାବନା ରହିଥାଏ । ଆପଣଙ୍କର ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଯାଇଥାଏ ଏବଂ ଧନ ମିଳିବାର ସମ୍ଭାବନା ଥାଏ ।

{"id":118374}
wp:heading {"level":1}

 

/wp:heading

ଗୋଧୂଳି - ଯଦି ଆପଣ କେଉଁଆଡେ ଯାତ୍ରା କରୁଛନ୍ତି ଏବଂ ଯାତ୍ରା ସମୟରେ ଗୋଧୂଳି ଦେଖନ୍ତି ତାହେଲେ ତାହାକୁ ବହୁତ ଶୁଭ ବୋଲି ବିଶ୍ୱାସ କରଯାଏ । ଗୋଧୂଳି ଦେଖିବା ଦ୍ୱାରା ଆପଣଙ୍କୁ ଆପଣଙ୍କ କାମର ଅନେକ ଗୁଣ ଅଧିକ ପୁଣ୍ୟ ମିଳିଥାଏ ।

{"id":118380}

ଗୋଧୂଳି କାହାକୁ କୁହନ୍ତି ? ଯେତେବେଳେ ଗାଈମାନେ କୌଣସି ଜାଗାକୁ ରାମ୍ପିଥାନ୍ତି ସେହି ଜାଗାରୁ ଧୂଳି ବାହାରିଥାଏ । ଏହି ଧୂଳିକୁ ଗୋଧୂଳି ବୋଲି କୁହାଯାଏ । ଏହି ଗୋଧୂଳି ଅତ୍ୟନ୍ତ ଶୁଭ ବୋଲି ଧର୍ମରେ ବିଶ୍ୱାସ ରହିଛି ।

{"id":118381}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.