ପୃଥ୍ଵୀ ସ'ଙ୍କ ବ୍ୟାଟିଂ ଦେଖି ଭନ୍ କହିଲେ- ଭାରତରେ ଏତେ ପ୍ରତିଭା ଅଛନ୍ତି ଯେ, ଦୁଇଟି ଦଳ ଗଠନ କରାଯାଇ ପାରିବ

Published By : Prameya-News7 Bureau | April 11, 2021 IST

ନୂଆଦିଲ୍ଲୀ ୧୧।୦୪: ଗତ ଛଅ ମାସରେ ଅନେକ ଖେଳାଳି ଆହତ ହେବା କାରଣରୁ ଭାରତୀୟ କ୍ରିକେଟ୍ ଦଳର ଶକ୍ତି କେତେ ତାହା ଜଣା ପଡିଛି। ଏହି ସମୟରେ ଯେଉଁ ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳିଛି, ସମସ୍ତେ ଦମଦାର ପ୍ରଦର୍ଶନ କରିଛନ୍ତି। ଏଥିରେ ଓ୍ଵାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଅକ୍ଷର ପଟେଲ୍, ଟି ନଟରାଜନ ଓ ଶାର୍ଦ୍ଦୁଳ ଠାକୁରଙ୍କ ପରି ଖେଳାଳି ସାମିଲ।

ଏହି ସବୁ ମଧ୍ୟରେ ଋଷଭ ପନ୍ତ ଦମଦାର ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏବେ ଶ୍ରେୟସ ଆୟରଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ଵ ମିଳିଥିବା ପନ୍ତ ପ୍ରଥମ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ମାତ୍ ଦେଇଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ ଭାରତୀୟ ଦଳ ଏବଂ ଏହାର ବେଞ୍ଚ ଷ୍ଟ୍ରେଙ୍ଗ୍‌ଥରେ ବହୁତ ପ୍ରଭାବିତ। ତାଙ୍କ ମତରେ ଭାରତ ଦୁଇଟି ଦଳ ଗଠନ କରି ପୂରା କ୍ରିକେଟ୍ ଜଗତରେ ରାଜ୍ କରି ପାରିବ।

{"id":436779,"width":831,"height":554,"sizeSlug":"large","linkDestination":"none"}

ଭନଙ୍କ ଏହି ଟିପ୍ପଣୀ ମଧ୍ୟ ବିଲକୁଲ୍ ଠିକ୍। ଅଷ୍ଟ୍ରେଲିଆ ଗସ୍ତରେ ଖରାପ ପ୍ରଦର୍ଶନ ପରେ ପୃଥ୍ଵୀ ସଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। କିନ୍ତୁ ଏହି ଖେଳାଳି ହାର ମାନିନଥିଲେ। ବିଜୟ  ହଜାରେ ଟ୍ରଫିରେ ୧୬୫.୪୦ ହାରରେ ୮୧୭ ରନ କରିଥିଲେ। ଏହି ଫର୍ମକୁ ସ ଆଇପିଏଲ୍‌ ମ୍ୟାଚ୍‌ରେ ବି ବଜାୟ ରଖିଛନ୍ତି। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ସେ ୩୮ ବଲ୍‌ରୁ ୭୧ ରନର ଦମଦାର ଇନିଂସ ଖେଳିଛନ୍ତି। ଏଥିରେ ୯ ଚୌକା ଓ ୩ ଛକା ସାମିଲ। ସ ମାତ୍ର ୨୭ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ସଙ୍କ ଏହି ଇନିଂସ ଦେଖିବା ପରେ ମାଇକେଲ୍ ଭନ ଟ୍ଵିଟ୍ କରିଛନ୍ତି ଯେ, ଭାରତୀୟ କ୍ରିକେଟ୍‌ରେ ପ୍ରତିଭା ଭରପୂର ଅଛନ୍ତି। ତେଣୁ ଭାରତ ସହଜରେ ଦୁଇଟି ଦଳ କରି ପାରିବ ଏବଂ କ୍ରିକେଟ୍ ଦୁନିଆରେ ରାଜ୍ କରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.