ଖାଲରେ ପଡିଲା ସାର : ଚାଷୀଙ୍କୁ ସାର ନଦିଆଯାଇ କରାଯାଉଛି ନଷ୍ଟ

Published By : Prameya-News7 Bureau | December 06, 2018 IST

ରେଢାଖୋଲ ୬|୧୨: ଚାଷୀମାନଙ୍କ ପାଇଁ ଆସିଥିବା ମକାବିହନ, ଘାସମରା ଔଷଧ, ସାର ସବୁ ଚାଷୀଙ୍କୁ ନଦିଆଯାଇ ଖାଲରେ ପକାଯାଇଛି । ପ୍ରମାଣ ନଷ୍ଟ କରିବା ପାଇଁ ପୁଣି ତାକୁ ନିଆଁ ଲଗାଯାଇ ପୋଡି ଦିଆଯାଇଛି । ରେଢାଖୋଲ ବ୍ଲକ୍ ଚାରମାଲ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ  ମିଳିଛି । ଚାରମାଲ ଗାଁ ନିକଟ ଜଙ୍ଗଲରେ ପକାଯାଇଛି ଲକ୍ଷ ଲକ୍ଷ ଟଙ୍କାର ସାର ବସ୍ତା । ଏହାସହ ମକା ବିହନ, ଘାସମରା ଔଷଧ ଡବା ମଧ୍ୟ ପଡିଛି । ଯାହାର ଏକ୍ସପେୟାରୀ ତାରିଖ ସରିଯାଇଥିବା ଦେଖିବାକୁ ମିଳିଛି । ୪କେଜି  ପ୍ୟାକେଟର ମକା ବିହନ ଯାହାର ଦାମ ୧୧୨୦ଟଙ୍କା ରହିଛି, ସେହିଭଳି ଘାସମରା ଔଷଧ ଡବା ଯାହାର ମୂଲ୍ୟ ୪୫୦ଟଙ୍କା ଲେଖା ରହିଛି । ଏତେ ପରିମାଣର ବିହନ କିଏ କାହଁକି ଏଠି ପକାଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କୃଷି  ବିଭାଗୀୟ କର୍ମଚାରୀମାନେ ଚାଷୀଙ୍କୁ ଏସବୁ ନଦେଇ ବର୍ଷ ବର୍ଷ ଧରି ବେନିୟମ ଭାବେ ବେପାର କରିଛନ୍ତି । ଶେଷରେ ପ୍ରମାଣ ନଷ୍ଟ ପାଇଁ ଏସବୁ କରିଥିବା ଚାଷୀ ନେତା  ଅଭିଯୋଗ କରିଛନ୍ତି । ସେପଟେ ତିନିବର୍ଷ ହେଲାଣି କୃଷି ବିଭାଗ ପକ୍ଷରୁ ବିହନ ବିକ୍ରି ବନ୍ଦ ରହିଛି । କେବଳ ସାର, ଔଷଧ ଚାଷୀଙ୍କୁ  ଅଧା ଦାମରେ ଦିଆଯାଉଛି । ଏହି ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବବୋଲି କହିଛନ୍ତି କୃଷି ଜିଲ୍ଲା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.