ଏହି ୩ଜଣ ସୁପରଷ୍ଟାର ବିବାହ ବିଚ୍ଛେଦରେ ନିଜ ନିଜ ପତ୍ନୀଙ୍କୁ ଦେଇଥିଲେ କୋଟି କୋଟି ଟଙ୍କାର ସମ୍ପତ୍ତି : ଜାଣନ୍ତୁ କିଏ ଏମାନେ ?

Published By : Prameya-News7 Bureau | September 01, 2019 IST

ମୁମ୍ବାଇ ୧/୯: ଛାଡ଼ପତ୍ର ଦେବା କୌଣସି ସାଧାରଣ କଥା ନୁହେଁ । ଅନେକ ବଲିଉଡ ଷ୍ଟାର ବିବାହ ବିଚ୍ଛେଦରେ କୋଟି କୋଟି ଟଙ୍କାର ସମ୍ପତ୍ତି ହରାଇଛନ୍ତି। ବିବାହ ବିଚ୍ଛେଦରେ ପତ୍ନୀଙ୍କୁ ସମ୍ପତ୍ତିର ଭାଗ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏପରି କେତେ ଜଣ ବଲିଉଡ ଷ୍ଟାରଙ୍କ ପୂର୍ବତନ ପତ୍ନୀଙ୍କ ବିଷୟରେ କହିବୁ ଯେଉଁମାନେ ତାଙ୍କ ସ୍ବାମୀଙ୍କଠୁ ବିଚ୍ଛେଦରେ କୋଟି କୋଟି ଟଙ୍କାର ସମ୍ପତ୍ତି ନେଇଛନ୍ତି।

{"id":151743}

୧. ସୈଫ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂହ : ସୈଫ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂହଙ୍କ କଥା କହିବା ଯଦି ଉଭୟଙ୍କ ବିବାହ ୧୩ବର୍ଷ ଯାଏଁ ତିଷ୍ଠିଥିଲା। ଏହା ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସୈଫ ଅଲ୍ଲୀ ଖାନ ,ଅମୃତା ସିଂହଙ୍କୁ ୫କୋଟି ଟଙ୍କା ଦେଇଥିଲେ।

{"id":151745}

୨.ଆମୀର ଖାନ୍ ଏବଂ ରିନା ଦତ୍ତ : ଆମୀର ଖାନ୍ ଏବଂ ରିନା ଦତ୍ତଙ୍କ କଥା କହିବା ଯଦି ଦୁହେଁ ପ୍ରେମ ବିବାହ କରିଥିଲେ କିନ୍ତୁ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା ଏବଂ ଉଭୟେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଆମୀର ରିନାଙ୍କୁ କୋଟି କୋଟି ଟଙ୍କାର ସମ୍ପତ୍ତି ଦେଇଥିଲେ।

{"id":151747}

୩. ହ୍ରିତିକ ରୋଶନ ଏବଂ ସୁଜୈନ ଖାନ୍ : ହ୍ରିତିକ ରୋଶନ ଏବଂ ସୁଜୈନ ଖାନଙ୍କ କଥା କହିବା ଯଦି ଉଭୟଙ୍କ ବିବାହ ୧୩ ବର୍ଷ ଯାଏଁ ଚାଲିଥିଲା ଏବଂ ୨୦୧୩ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ। ବିବାହ ବିଚ୍ଛେଦରେ ହ୍ରିତିକ୍ ରୋଶନ୍ ସୁଜୈନଙ୍କୁ ୪୦୦କୋଟି ଟଙ୍କାର ସମ୍ପତ୍ତି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.