ନିଜ ରିସ୍କରେ ଦେଖନ୍ତୁ ଚଳଚିତ୍ର ପଟାଖା : ଜାଣନ୍ତୁ କାହିଁକି

Published By : Prameya-News7 Bureau | September 28, 2018 IST

ମୁମ୍ବାଇ ୨୮/୦୯: ନିର୍ଦ୍ଦେଶକ ବିଶାଲ ଭାରଦ୍ବାଜ ଏଥର ରାଜସ୍ଥାନର ଏକ ଛୋଟ ଗାଁରେ ପ୍ରସ୍ତୁତ କାହାଣୀ ‘ପଟାଖା’ ଚଳଚିତ୍ର ଦର୍ଶକ ମହଲକୁ ନେଇ ଆସିଛନ୍ତି। ଏହି କାହାଣୀ ଦୁଇ ଭଉଣୀ ଚମ୍ପା ଓରଫ ବଡ଼କି(ରାଧିକା ମଦାନ) ଏବଂ ଗେନ୍ଦା ଓରଫ ଛୁଟକି(ସାନ୍ୟା ମାଲହୋତ୍ରା)ଙ୍କ ଉପରେ ଆଧାରିତ। କାହାଣୀ ଅନୁସାରେ ସେମାନେ ପରସ୍ପରଠାରୁ ଦୂରରେ ରହିବାକୁ ଚାହାନ୍ତି,କିନ୍ତୁ ଭାଗ୍ୟ ସେମାନଙ୍କୁ ପୁଣି ପାଖକୁ ନେଇ ଆସେ। ସେମାନେ ଛୋଟ ଛୋଟ କଥାରେ ଲଢ଼ିବାରେ ଲାଗନ୍ତି। ବିଶାଲ ଭରଦ୍ବାଜ ଏହି ଫିଲ୍ବରେ ନିଜ ଫ୍ୟାନ୍ ଏବଂ ଦର୍ଶକ ମାନଙ୍କୁ ନିରାଶ କରିଛନ୍ତି। ଗୋଟିଏ କିମ୍ବା ଦୁଇଟି ସିନ୍ ଛାଡ଼ିଦେଲେ ଅନ୍ୟ ସିନଗୁଡ଼ିକ  ଏତେ ଆଗ୍ରହଦାୟକ ନୁହେଁ। ନିଜ ରିସ୍କରେ ଆପଣ ଏହି ଫିଲ୍ମଟିକୁ ଦେଖିପାରିବେ। ଏଥିରେ ରାଧିକା ମଦାନ ଏବଂ ସାନ୍ୟା ମାଲହୋତ୍ରାଙ୍କ ବ୍ୟତୀତ ସୁନୀଲ ଗ୍ରୋଭର,ବିଜୟ ରାଜ ଏବଂ ସାନନ୍ଦ ବର୍ମା ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.