Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଭଗବାନ ଶିବଙ୍କ ସ୍ୱରୂପ ‘ଭଦଭଦଳିଆ’ ପକ୍ଷୀ: ଦେଖିଲେ ହୁଏ ଧନ ଲାଭ, ରହିଛି ଧାର୍ମିକ ବିଶ୍ୱାସ

25/10/2021 at 4:41 PM

ଭୁବନେଶ୍ୱର ୨୫/୧୦ : ବିଶ୍ୱରେ ଏମିତି ଅନେକ ପକ୍ଷୀ ଅଛନ୍ତି ଯେଉଁମାନେ ମାନବଙ୍କ ଧାର୍ମିକ ଆସ୍ଥାର ପ୍ରତୀକ। ଭାରତରେ ଅନେକ ପକ୍ଷୀଙ୍କୁ ଭଗବାନଙ୍କ ସ୍ୱରୂପ ଭାବେ ଗ୍ରହଣ କରାଯାଏ। ଏମିତି ଏକ ପକ୍ଷୀକୁ ଭଗବାନ ଶିବଙ୍କ ସ୍ୱରୂପ ଭାବେ ପୂଜା କରାଯାଏ। ଏହି ପକ୍ଷୀର ନାଁ ହେଲା ନୀଳକଣ୍ଠ ବା ଭଦଭଦଳିଆ ପକ୍ଷୀ।

ନୀଳକଣ୍ଠ ବା ଭଦଭଦଳିଆ ଞ୍ଜରଟେ ସମେତ ଏସିଆର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହାର ବଂଶଧର ୟୁରୋପୀୟ ରୋଲର ମଧ୍ୟ ଏସିଆ ଓ ମରକ୍କୋରେ ଦେଖିବାକୁ ମିଳେ। ଏହି ପକ୍ଷୀଟି ଦେଖିବାକୁ ବହୁତ ସୁନ୍ଦର। ଭାରତୀୟ ଧାର୍ମିକ ଆସ୍ଥାରେ ନୀଳକଣ୍ଠ ପକ୍ଷୀର ଏକ ମୁଖ୍ୟ ଭୂମିକା ରହିଛି। ପକ୍ଷୀକୁ ନେଇ ଅନେକ ବିଶ୍ୱାସ ରହିଛି।

ଭଗବାନ ଶିବଙ୍କ ନାଁ ଅନୁଯାୟୀ ପକ୍ଷୀର ନାଁ ନୀଳକଣ୍ଠ। ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ କଳସ ବାହାରିଥିଲା, ଭଗବାନ ଶିବ ସୃଷ୍ଟିକୁ ରକ୍ଷା କରିବାକୁ ଏହି ବିଷ ପାନ କରିଥିଲେ। ବିଷ ପାନ ପରେ ତାଙ୍କ ଗଳା ନୀଳ ପଡିଯାଇଥିଲା। ସେଥିପାଇଁ ଭଗବାନ ଶିବଙ୍କୁ ନୀଳକଣ୍ଠ ମଧ୍ୟ କୁହାଯାଏ। ନୀଳ ରଙ୍ଗ ହୋଇଥିବାରୁ ଏହି ପକ୍ଷୀକୁ ମଧ୍ୟ ଭଗବାନ ଶିବଙ୍କ ସ୍ୱରୂପ କୁହାଯାଏ।

ଦଶହରା ଦିନ ଏହି ପକ୍ଷୀକୁ ଦେଖିବା ବହୁତ ଶୁଭ ହୋଇଥାଏ। ଦଶହରା ଦିନ ଏହି ପକ୍ଷୀ ନଜର ଆସିଲେ ଧାନ ଲାଭ ହୁଏ ଓ ଭାଗ୍ୟ ଖୋଲିଯାଏ ବୋଲି କୁହାଯାଏ। ତା ପଛରେ ବି ଗୋଟିଏ କାହାଣୀ ଅଛି। ଭଗବାନ ଶ୍ରୀରାମ ନୀଳକଣ୍ଠ ପକ୍ଷୀ ଦେଖିବା ପରେ ହିଁ ରାବଣକୁ ବଧ କରିଥିଲେ। ସେଥିପାଇଁ ଏହି ପକ୍ଷୀକୁ ଭାଗ୍ୟର ପ୍ରତୀକ ଭାବେ ବିବେଚନା କରାଯାଏ।

ଏହି ପକ୍ଷୀର ଲମ୍ବ ୨୫ ରୁ ୨୭ ସେଣ୍ଟିମିଟର। ଏହାକୁ କୃଷକଙ୍କ ରକ୍ଷକ ବୋଲି ମଧ୍ୟ କୁହାଯାଏ। କାରଣ ଫସଲରେ ହେଉଥିବା ପୋକକୁ ଖାଇ ଏହି ପକ୍ଷୀ ଫସଲକୁ କୀଟମୁକ୍ତ କରିଥାଏ। ନୀଳକଣ୍ଠ ବର୍ତ୍ତମାନ ବିଲୁପ୍ତ ହେବାରେ ଲାଗିଲାଣି। ସେଥିପାଇଁ ବର୍ତ୍ତମାନ ଏହି ପକ୍ଷୀ ଆଉ ଅଧିକ ନଜର ଆସୁନାହାନ୍ତି।

   Related Posts