ନୂଆଦିଲ୍ଲୀ ୧୦/୪: ନିର୍ବାଚନ ପାଖେଇ ଆସିଲାଣି ଏବଂ ଅନେକ ନେତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ନେତାଙ୍କ ବିଷୟରେ କହିବା ଯିଏ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ପ୍ରସିଦ୍ଧ । ଆମେ କଥା ହେଉଛୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ। ନରେନ୍ଦ୍ର ମୋଦିଙ୍କ କେତେକ ପୁରୁଣା ଫଟୋକୁ ଦେଖିଲେ ତାଙ୍କ ସଂଘର୍ଷମୟ ଜୀବନ ସ୍ପଷ୍ଟ ବାରି ହୋଇଯିବ। ଆପଣ ତ ନରେନ୍ଦ୍ର ମୋଦିଙ୍କ ଅନେକ ଫଟୋ ଦେଖିଥିବେ। ଅଧିକାଂଶ ଦିନ ଇଣ୍ଟରନେଟରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ।
ଆଜି ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି। କିନ୍ତୁ ଆପଣ ଫଟୋରେ ଦେଖିପାରିବେ ଯେ ମୋଦି କେତେ ଧ୍ୟାନର ସହ ଜଣଙ୍କର ଭାଷଣ ଶୁଣୁଛନ୍ତି।
ଏହି ଫଟୋରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୋଦି ଏକାଠି ନଜର ଆସିଛନ୍ତି। ସେ ସମୟରେ ମୋଦିଙ୍କୁ ଦେଶର ଜନତା ଜାଣିନଥିଲେ କି କେହି ଭାବିନଥିଲେ ଯେ ସେ ଆଗକୁ ଯାଇ ଦେଶରେ ସ୍ବନାମ ଅର୍ଜନ କରିବେ।
ସମସ୍ତେ ଜାଣିଥିବେ ମୋଦି ଆରଏସଏସର ସଦସ୍ୟ ଥିଲେ। ଏହି ଫଟୋରେ ମୋଦି ଷ୍ଟେଜରେ ଠିଆ ହୋଇ ଭାଷଣ ଦେଉଛନ୍ତି।