ଫଟୋରେ ଦେଖନ୍ତୁ - କିପରି ହେବ ପୁରୀ ବିଶ୍ୱ ଐତିହ ନଗରୀ ପ୍ରକଳ୍ପ

Published By : Prameya-News7 Bureau | September 05, 2019 IST

ଭୁବନେଶ୍ୱର - ପୁରୀକୁ ଏକ ବିଶ୍ୱ ଐତିହ ନଗରୀ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ଏହି ପ୍ରକଳ୍ପର ପ୍ରଥମ ତିନୋଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ପ୍ରକଳ୍ପରେ ଶ୍ରୀମନ୍ଦିରର ୭୫ ମିଟର ମଧ୍ୟରେ ପବିତ୍ର ଭୌଗଳିକ ଅବସ୍ଥତି, ବିଭିନ୍ନ ପ୍ରାଚୀନ ଦେବାଜେବୀଙ୍କର ମୂର୍ତ୍ତୀ, ଜଗନ୍ନାଥ ସଂସ୍କୃତି ସହ ସଶ୍ଲିଷ୍ଟ ବିଭିନ୍ନ ଗଛ ଲତା ସହ କଳା ସ୍ଥପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହାର ପୁନର୍ବିନ୍ୟାସ କରାଯିବ ।

{"id":153669}

ଜଗନ୍ନାଥ ସଂସ୍କୃତି , ମନ୍ଦିର କଳା ଓ ଭାସ୍କର୍ଯ୍ୟ ଐତିହ କଳା ଇତିହାସ ଓ ଜଗନ୍ନାଥ ସଂସ୍କୃତି ସହ ଜଡିତ ବୃକ୍ଷଲତାଙ୍କୁ ନେଇ ଯେଉଁ ପୁନର୍ବିନ୍ୟାସ କାର୍ଯ୍ୟ କରାଯିବ ସେଥିପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରାଯିବ ।
ମେଘନାଦ ପାଚେରୀଠାରୁ ୭୫ ମିଟର ଅଞ୍ଚଳରେ ରାସ୍ତା କରାଯିବ । ବାକି ୬୦ ମିଟର ପୁନର୍ବିନ୍ୟାସ କରାଯିବ ।

{"id":153670}

ଏମ୍‌ଆର୍‌ ମଠର କିଛି ଅଂଶରେ ରଘୁ ନନ୍ଦନ ପାଠାଗାର ନିର୍ମାଣ କରାଯିବ । ଏଥିରେ ଏକ ଅଂଶରେ ଜଗନ୍ନାଥ ସଂସ୍କୃତିର ଗବେଷଣା କେନ୍ଦ୍ର ବିକାଶ କରାଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସୂଚନା ଦିଆଯାଇଛି ।

{"id":153671}


ବିସ୍ଥାପିତ ପରିବାର ପାଇଁ ମନ୍ଦିରଠାରୁ ଦେଢ କିଲୋମିଟର ଭିତରେ ୬୦୦ଟି ଘର ନିର୍ମାଣ କରାଯିବ । ପ୍ରତ୍ୟେକ ଘର ୫୨୦ ବର୍ଗ ଫୁଟ ହେବ । ଏଥିପାଇଁ ୯୫ କୋଟି ଟଙ୍କା ବିନିଯୋଗ କରାଯିବ ।

{"id":153672}


ଅବଢାଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ବିନିଯୋଗ କରାଯାଇ ବିଭିନ୍ନ କାର୍ଯ୍ୟ ଆରମ୍ଭ କରାଯିଛି । ଦ୍ୱିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁନର ଉଦ୍ଧାର, ପୁଷ୍କରଣୀର ସୌନ୍ଦର୍ଯ୍ୟକର,, ଅଠରନଳାର ବିକାଶ ଓ ମଠ ବିକାଶ କରାଯିବା ପାଇଁ ଯଯୋଜନା କରାଯାଇଛି ।

{"id":153673}

ଖୁବ ଶୀଘ୍ର ଏହି ପ୍ରକଳ୍ପ ପାଇଁ ଯୋଜନାର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ।
ସମୀକ୍ଷା ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନରଙ୍କ ସହ ବିଭିନ୍ନ ବିଭାଗର ପ୍ରମୁକ ସଚିବ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.