କୃଷକଙ୍କ ଆକ୍ରମଣରେ କେମିତି ଲାଲକିଲ୍ଲାରୁ ଖସି ପଡି ଆହତ ହେଉଛନ୍ତି ପୋଲିସ କର୍ମଚାରୀ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୦୧: ତିନି କୃଷି ଆଇନ୍‌ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକ ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀରେ ପଶି ହିଂସାକାଣ୍ଡ କରିବା ସହ ଉତ୍ପାତ କରିଛନ୍ତି। ଜାଗା ଜାଗାରେ ଭଙ୍ଗାରୁଜା ଏବଂ ଉପଦ୍ରବ କରି ହଜାର ସଂଖ୍ୟାରେ କୃଷକ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚିଥିଲେ। ଲାଠି, ଠେଙ୍ଗା ଓ ଖଣ୍ଡା ଧରି ଏହି ଉପଦ୍ରବୀ ପୁଲିସଙ୍କ ଉପରେ ନିର୍ମମ ପ୍ରହାର କରିଛନ୍ତି। ଏହି ସମୟରେ ଲାଲକିଲ୍ଲାରୁ ଖସି ପଡି ୧୨ରୁ ଉର୍ଦ୍ଧ୍ଵ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କୃଷକଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ପୁଲିସକର୍ମୀ ଲୁହାରେ ନିର୍ମିତ ପାଚେରୀ ନିକଟକୁ ଚାଲି ଯାଉଛନ୍ତି, ଏହା ପରେ ବି ଉପଦ୍ରବୀ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ଅନେକ ପୁଲିସ କର୍ମଚାରୀ ଗଛରୁ ଫଳ ପଡିବା ପରି ଜଣେ ପରେ ଜଣେ ତଳକୁ ଖସି ପଡୁଛନ୍ତି। ଏଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଦିଲ୍ଲୀ ପୁଲିସ ଅନୁଯାୟୀ ଏହି ହିଂସାତ୍ମକ ଘଟଣାରେ ଏହାର ୮୩ ଯବାନ ଏବଂ ଅଧିକାରୀ ଆହତ ହୋଇଛନ୍ତି।

wp:html /wp:html

ପୋଲିସ ମଙ୍ଗଳବାର ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଅରାଜକତା ପରେ ପ୍ରଦର୍ଶନକାରୀ କୃଷକଙ୍କୁ  ଲାଲକିଲ୍ଲାରୁ ହଟାଇବାରେ ସକ୍ଷମ ହୋଇଛି। କୃଷକ ନିଜର ଟ୍ରାକ୍ଟର ପରେଡ୍‌ରେ ନିର୍ଦ୍ଧାରିତ ମାର୍ଗରୁ ହଟି ଐତିହାସିକ ସ୍ମାରକ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଲାଲକିଲ୍ଲାର ପ୍ରାଚୀରରେ ଯେଉଁଠି ପ୍ରଧାନମନ୍ତ୍ରୀ ସ୍ଵାଧୀନତା ଦିବସରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରନ୍ତି ସେଠାରେ ଉତ୍ତ୍ୟକ୍ତ କୃଷକ ନିଜ ପତାକା ଉତ୍ତୋଳନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.