Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ତାଲିବାନୀ ଆତଙ୍କବାଦୀଙ୍କ ଉପରେ ଆକାଶରୁ ବର୍ଷୁଛି ମୃତ୍ୟୁ, ସାମ୍ନାକୁ ଆସିଲା ବୋମାମାଡର ଭିଡିଓ

1/08/2021 at 11:24 PM

କାବୁଲ ୦୧।୦୮: ଆଫଗାନିସ୍ତାନକୁ କବଜା କରିବାର ସ୍ଵପ୍ନ ରଖି ଆକ୍ରମଣ କରୁଥିବା ତାଲିବାନୀ ଆତଙ୍କବାଦୀ ଉପରେ ଆଫଗାନ ସେନା ପ୍ରହାର ଜୋରଦାର କରିଛନ୍ତି। ଗତ କିଛି ଦିନରେ ଆଫଗାନି ସୁରକ୍ଷାବଳର ଆକାଶ ମାର୍ଗରୁ ଆକ୍ରମଣରେ ଶତାଧିକ ତାଲିବାନୀ ନିହତ ହୋଇଛନ୍ତି। ଏହି ପରି ଅନେକ ଅଞ୍ଚଳକୁ ତାଲିବାନ ମୁକ୍ତ କରିଛନ୍ତି ଆଫଗାନ ସେନା। ଆଫଗାନିସ୍ତାନ ସରକାର ପକ୍ଷରୁ ଟ୍ଵିଟରରେ ଏକ ଭିଡିଓ ଜାରି କରାଯାଇଛି। ଏଥିରେ ଦେଖିବାକୁ ମିଳିଛି, କେଉଁ ଭଳି ଆଫଗାନ ସେନା ବୋମା ଫିଙ୍ଗି ତାଲିବାନି ଆଡ୍ଡାକୁ ଧ୍ଵଂସ କରୁଛନ୍ତି । ଧମାକା ଏତେ ଶକ୍ତିଶାଳୀ ଥିଲା ଯେ, ଧୂଆଁ ଚାରି ଆଡେ ଆକାଶ ପର୍ଯ୍ୟନ୍ତ ଛାଇ ଯାଉଛି।

କାନ୍ଧାରର ଝେରାଇ ଜିଲ୍ଲାରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଆହତ ହୋଇ ଜୀବନ ବଞ୍ଚାଇବାକୁ ପଳାୟନ କରୁଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ଅନେକ ବଡ ସହରରେ ଲଢେଇ ସମୟରେ ୨୪ ଘଣ୍ଟାରେ ଅତି କମରେ ୨୫୦ ବିଦ୍ରୋହୀ ପ୍ରାଣ ହରାଇଥିବା ବେଳେ ପାଖାପାଖି ୧୦୦ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ସରକାର ସୁରକ୍ଷାବଳକୁ  ମିଳିଥିବା ସଫଳତାକୁ ଏମିତି ସମୟରେ ଦୁନିଆ ସାମ୍ନାରେ ରଖିଛନ୍ତି, ଯେତେବେଳେ ଆମେରିକା ସୈନିକଙ୍କ ପ୍ରତ୍ୟାହାର ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ଆରମ୍ଭ କରି  ଦେଇଥିଲା।

ତାଲିବାନ ଗତ ଦିନରେ ଦାବି କରିଥିଲା ଯେ, ସେମାନେ ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ କବଜା କରି ସାରିଛନ୍ତି। ଏପରିକି ଗ୍ରାମାଞ୍ଚଳ କବଜା କରିବା ପରେ ବଡ ବଡ ସହତ ହାତେଇବାକୁ ଚେଷ୍ଟା କରିଥିଲେ ତାଲିବାନ। ଗତ ରାତିରେ ବିଦ୍ରୋହୀ କାନ୍ଧାର ବିମାନ ବନ୍ଦରରେ ରକେଟ୍ ମାଡ ମଧ୍ୟ କରିଥିଲେ।

   Related Posts