ଦେଖନ୍ତୁ ୪ବର୍ଷ ପରେ କେତେ ବଦଳିଯାଇଛନ୍ତି ‘ବଜରଙ୍ଗୀ ଭାଇଜାନ’ର ମୁନ୍ନି : ଫଟୋ ଭାଇରାଲ

Published By : Prameya-News7 Bureau | May 30, 2019 IST

ମୁମ୍ବାଇ ୩୦/୫: ବଲିଉଡର ‘ଦବଙ୍ଗ’ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ସଲମାନ ଖାନଙ୍କ ପରେ ଯଦି ଆଉ କାହା ବିଷୟରେ ସବୁଠୁ ବେଖୀ ଚର୍ଚ୍ଚା ହୋଇଛି,ସେ ହେଉଛନ୍ତି ମୁନ୍ନ ଅର୍ଥାତ୍ ହର୍ଷାଲି ମାଲହୋତ୍ରା। ଏହି ଫିଲ୍ମରେ ହର୍ଷାଲି ମୂକ ଝିଅ ଭୂମିକାରେ ଅଭିନୟ କରିଥିଲେ ହେଁ ତାଙ୍କ ଅଭିନୟ ଲୋକଙ୍କୁ ଆକୃଷ୍ଟ କରିଥିଲା। ହର୍ଷାଲି ଏହି ଫିଲ୍ମ ଆଗରୁ ମଧ୍ୟ କେତେକ ଟିଭି ଧାରାବାହିକରେ ଅଭିନୟ କରିଥିଲେ।

{"id":117680,"width":594,"height":384}

ତାଙ୍କୁ ଅଭିନୟ ବ୍ୟତୀତ ଗୀତ ଗାଇବାର ସଉକ ମଧ୍ୟ ରହିଛି। ବଡ଼ ହୋଇ ସଲମାନ ଖାନଙ୍କ ଭଳି ସୁପରଷ୍ଟାର ହେବାକୁ ଲକ୍ଷ୍ୟ ରଖିଥିବା ହର୍ଷାଲି ସୋଶିଆଲ ନେଟଓ୍ବାର୍କିଂ ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ ରୁହନ୍ତି। ୨୦୧୫ରେ ଆସିଥିବା ‘ବଜରଙ୍ଗୀ ଭାଇଜାନ’ ପରେ ୨୦୧୯ରେ ଅର୍ଥାତ୍ ୪ବର୍ଷ ପରେ ଆପଣ ହର୍ଷାଲିଙ୍କୁ ଚିହ୍ନି ପାରିବେ ନାହିଁ।

{"id":117679,"width":593,"height":388}

ଅଢ଼େଇ ବର୍ଷ ବୟସରୁ ହିରୋଇନ୍ ହେବାର ସ୍ବପ୍ନ ଦେଖିଥିବା ହର୍ଷାଲି ଏବେ ଯାଏଁ ଛୋଟ ଅଛନ୍ତି। ହର୍ଷାଲିଙ୍କୁ ଏବେ ମାତ୍ର ୧୧ବର୍ଷ।

{"id":117681,"width":595,"height":298}

ହର୍ଷାଲି ଅତ୍ୟନ୍ତ ଲାଜକୁଳା ସ୍ବଭାବର। କିନ୍ତୁ ଟିକେ ବନ୍ଧୁତା ହୋଇଯିବା ପରେ ତାଙ୍କ କଥା ଯମା ସରି ନଥାଏ। ହର୍ଷାଲିଙ୍କୁ,ଲୋକଙ୍କୁ ଅଟୋଗ୍ରାଫ ଦେବା ଏବଂ ଲୋକଙ୍କ ସହ ଫଟୋ ଉଠାଇବାକୁ ବହୁତ ଭଲ ଲାଗେ। ହର୍ଷାଲିଙ୍କୁ କରୀନା କପୁର ଏବଂ କାଟ୍ରିନା କୈଫ ବହୁତ ପସନ୍ଦ। ‘ବଜରଙ୍ଗୀ ଭାଇଜାନ’ରେ ଅଭିନୟ କରିବାବେଳେ ତାଙ୍କୁ ମାତ୍ର ୭ବର୍ଷ ବୟସ ହୋଇଥିଲା।

{"id":117682,"width":596,"height":596}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.