ରାଜସ୍ଥାନ ଅଡିଓ ଟେପ୍ ମାମଲାରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ୍ ଓ ବିଧାୟକ ଭଁବରଲାଲ୍‌ଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା

Published By : Prameya-News7 Bureau | July 17, 2020 IST

ଜୟପୁର ୧୭/୦୭ : ରାଜସ୍ଥାନ ରାଜନୀତିରେ ଉଠିଥିବା ଝଡ ଶାନ୍ତ ହେବାର ନାଁ ନେଉନାହିଁ | ଭାଇରାଲ ଭିଡିଓ ଟେପ ମାମଲାରେ କେନ୍ଦ୍ରୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍, କଂଗ୍ରେସରୁ ନିଲମ୍ବିତ ବିଧାୟକ ଭଁବରଲାଲ ଶର୍ମା ଏବଂ ହେପାଜତରେ ଥିବା ସଞ୍ଜୟ ଜୈନଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜ୍ଜୁ କରାଯାଇଛି | ଏମାନଙ୍କ ଉପରେ ଅପରାଧିକ ଷଡଯନ୍ତ୍ର ରଚନା ଧାରା ଲଗାଯାଇଛି | ଏଡିଜି ଅଶୋକ ରାଥୋଡ କହିଛନ୍ତି ଯେ, ଗୁରୁବାର ଦିନ ଭାଇରାଲ ହୋଇଥିବା ଅଡିଓ ଟେପକୁ ନେଇ କଂଗ୍ରେସ ନେତା ମହେଶ ଯୋଶୀଙ୍କ ତରଫରୁ ଦୁଇଟି ଅଭିଯୋଗ ହୋଉଛି | ଧାରା ୧୨୪(ଏ) ଓ ୧୨୦(ବି) ଅନୁସାରେ ଏଫଆଇଆର ରୁଜ୍ଜୁ କରାଯାଇଛି |

ଏହି ମାମଲାରେ ଗଜେନ୍ଦ୍ର ଶେଖାୱତ୍ କହିଛନ୍ତି ଯେ ସେ ସଞ୍ଜୟ ଜୈନଙ୍କୁ ଜାଣିନାହାନ୍ତି | ସେ କହିଛନ୍ତି ଯେ ସେ ଶହ ଶହ ସଞ୍ଜୟ ଜୈନକୁ ଜାଣିଛନ୍ତି କିନ୍ତୁ ଭାଇରାଲ ହୋଇଥିବା ଅଡିଓ କ୍ଲିପର ସଞ୍ଜୟ କିଏ ସେ ଜାଣିନାହାନ୍ତି | ଅଡିଓରେ ତାଙ୍କର କାଠବାର୍ତ୍ତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି | ଏହା ଫେକ ଟେପ ବୋଲି ସେ କହିଛନ୍ତି | ସେ ସବୁ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି |

ଏସଓଜି ପୁରା ମାମଲାରେ ତଦନ୍ତ କରୁଛନ୍ତି | ବର୍ତ୍ତମାନ ସଞ୍ଜୟ ଜୈନକୁ ପଚରାଉଚୁରା ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.