Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିମାନ ଅପହରଣ ଧମକ : ଆଜି ଭୁବନେଶ୍ବର ସମେତ ସବୁ ବିମାନବନ୍ଦରରେ କଡା ସୁରକ୍ଷା ଓ ଯାଞ୍ଚ

24/02/2019 at 4:53 PM

ଭୁବନେଶ୍ବର ୨୪|୨: ଆଜି ଦେଶର ସମସ୍ତ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି । ମୁମ୍ବାଇର ଏକ ବିମାନ ଚାଳଚଳ କେନ୍ଦ୍ରକୁ ଫୋନରେ ବିମାନ ଅପହରଣ ଧମକ ମଳିବା ପରେ ନିଅଯାଇଛି ଏଭଳି ପଦକ୍ଷେପ । ପୁଲୱାମା ଆଙ୍କବାଦୀ ଆକ୍ରମଣ ପରେ ଏଭଳି ଧମକକୁ ଗମ୍ଭୀରତାର ସହିତ ନେଇଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏୟାରପୋର୍ଟରେ ହାଇ ଆଲର୍ଟ । ପ୍ରବେଶ ଦ୍ବାରଠୁ ଆରମ୍ଭ କରି ଟିର୍ମିନାଲ ପର୍ଯ୍ୟନ୍ତ । ଏପରିକି ଅପରେସନ କ୍ଷେତ୍ରକୁ ଯିବା ପୂର୍ବରୁ ତନ୍ନ ତନ୍ନ କରି ହେଉଛି ସର୍ଚ ଅପରେସନ । ସମସ୍ତ ଯାତ୍ରୀ କଡା ଯାଞ୍ଚର ହେଉଛନ୍ତି ସମ୍ମୁଖୀନ । କର୍ମଚାରୀ, କ୍ୟାଟେରିଂ ଏବଂ ଯାତ୍ରୀଙ୍କ ସାମଗ୍ରୀ ଗୋଟି ଗୋଟି କରି ଯାଞ୍ଚ କରାଯାଉଛି । ବିମାନ ବନ୍ଦରକୁ କୌଣସି  ଯାନକୁ ବିନା ଯାଞ୍ଚରେ ଛଡା  ଯାଉ ନାହିଁ ।

ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଆଜିର ଦୃଶ୍ୟ ଥିଲା ଏମିତି କିଛି ।ଏୟାର ଇଣ୍ଡିଆ ବିମାନ ଅପହରଣ ଧମକ ପରେ ଏବେ ସବୁଠି ହାଇ ଆଲର୍ଟ ଜାରି କରାଯାଇଛି । ଶନିବାର ଏୟାର ଇଣ୍ଡିଆର ମୁମ୍ବାଇସ୍ଥିତ ଅପରେସନ୍ କଣ୍ଟ୍ରୋଲ ସେଣ୍ଟରକୁ ଟେଲିଫୋନ୍  ଧମକ ଆସିଥିଲା ଯେ, ଭାରତୀୟ ବିମାନ ଅପହରଣ କରାଯାଇ ପାକିସ୍ତାନ ନିଆଯିବ।ଏଭଳି ଧମକ ପରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

 ସାଧା ପୋଷାକରେ ସୁରକ୍ଷା ଅଧିକାରୀମାନେ ନିୟୋଜିତ ଅଛନ୍ତି । ଏହାସହ ଡଗସ୍କ୍ବାଡ ମଧ୍ୟ ବୁଲୁଛନ୍ତି । ଏୟାରପୋର୍ଟରେ ଲାଗିଥିବା ୧୩୨ ସିସିଟିଭି କ୍ୟମେରା ଗୁଡିକୁ ମନିଟରିଂ କରାଯାଉଛି । କୌଣସି ଅଘଟଣ ଘଟିବା ଆଗରୁ ବିମାନ ସଂସ୍ଥା ଏବଂ ସୁରକ୍ଷା ବାହିନୀ ସତର୍କ ରହିବାକୁ ସରକାର ହାଇ ଆଲର୍ଟ ଜାରି କରିଛନ୍ତି । 

ସେପଟେ ଏୟାର ଇଣ୍ଡିଆର ମୁମ୍ବାଇସ୍ଥିତ ଅପରେସନ୍ କଣ୍ଟ୍ରୋଲ ସେଣ୍ଟରକୁ କେଉଁଠୁ ଏ ଧମକ ଟେଲିଫୋନ୍  କଲ ଆସିଲା ? କିଏ କରିଥିଲା ? କେଉଁ ଅାତଙ୍କବାଦୀ ସଙ୍ଗଠନ ଏଥିରେ ସମ୍ଫୃକ୍ତି ରହିଛି । ଏହାର ତ୍ବରିତ ତଦନ୍ତ କରିବା  ଅବଶ୍ୟକ ବୋଲି ପୂର୍ବତନ ପୋଲିସ ଡିଜି ଏସଏନ ତିଓ୍ବାରି କହିଛନ୍ତି ।

କାନ୍ଦାହାର ଘଟଣା ଏବେବି ମନରୁ ଲିଭି ନାହିଁ । ଏପରି ସମୟରେ ପୁଲୱାମା ଆକ୍ରମଣ ଘଟଣା । ଆଉ  ଏବେ ବିମାନ ଅପହରଣ ଧମକ । ଏହାକୁ ନେଇ ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

   Related Posts