ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | January 25, 2019 IST

ନୂଆଦିଲ୍ଲୀ ୨୫|୧: ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେବଳ ଦିଲ୍ଲୀ ଏନସିଆରରେ ହିଁ ୫୦ହଜାରରୁ ଅଧିକ ପୋଲିସ କର୍ମୀ ଏବଂ ସେନାକୁ ନିଯୁକ୍ତି  ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀକୁ ୨୮ ସେକ୍ଟରରେ ବିଭକ୍ତ କରାଯାଇଛି । ଯାହାର ଦାୟିତ୍ବ ବରିଷ୍ଠ ପୋଲିସ ଅଧିକାରୀ ନେଇଛନ୍ତି । ନୂଆଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସବୁ ପ୍ରମୁଖ ବଜାର, ରେଳଲାଇନ, ବସଷ୍ଟାଣ୍ଡ, ଏୟାରପୋର୍ଟ,  ଧାର୍ମିକସ୍ଥଳରେ ସୁରକ୍ଷା ପାଇଁ ବନ୍ଦବସ୍ତ କରାଯାଇଛି । କେବଳ ପରେଡ ମାର୍ଗ ହିଁ ୬୦୦ ସିସିଟିଭି କ୍ୟାମେରା ଲଗାଯାଇଛି । ଇଣ୍ଡିଆ ଗେଟର ଆଖପାଖ ଅଂଚଳରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଇଣ୍ଡିଆ ଗେଟ୍ ଭିତରର ସୁରକ୍ଷା ଏସପିଜି ଏବଂ ଏନଏସଜି କରୁଛନ୍ତି । ପରେଡ ଯେଉଁ ମାର୍ଗ ଦେଇ ଯିବ ସେଠାକାର କେଠାଘରେ ସାର୍ପ ସୁଟର ନିଯୁକ୍ତ କରାଯାଇଛି ।

ଆକାଶ ମାର୍ଗରୁ କୌଣସି  ଆକ୍ରମଣକୁ ଏଡାଇବା ପାଇଁ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ବ୍ୟବହାର କରାଯାଉଛି । ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବାରୁ ଏୟାରପୋର୍ଟ,  ମେଟ୍ରୋରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଥିବା ସହ ସେନାର ୪ ଅତିରିକ୍ତ କମ୍ପାନୀ ମଧ୍ୟ ଆଲର୍ଟ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.