ସୁରକ୍ଷା ଯାଞ୍ଚ ବେଳେ ବିଦେଶୀ ସ୍ପେନୀୟ ମହିଳାଙ୍କୁ ଖରାପ ଭାବେ ଛୁଇଁଲା ସୁରକ୍ଷା କର୍ମୀ, ଚାକିରିରୁ ତଡା ଖାଇଲେ

Published By : Prameya-News7 Bureau | August 27, 2019 IST

ଆଗ୍ରା – ଆଗ୍ରାର ତାଜମହଲ ସହ ଅନେକ ଏପରି କୀର୍ତ୍ତି ରାଜି ରହିଛି ଯାହା ବେଶ୍‌ ପ୍ରସିଦ୍ଧ । ସେମାନଙ୍କ ମଧ୍ୟରୁ ଜାହାଙ୍ଗୀର ତିଆରି କରିଥିବା ଇତିମାଦି- ଉଦ୍‌-ଦୈଲା ସ୍ମାରକକୁ ଅନେକ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଆସିଥାଆନ୍ତି ଏହାକୁ ଛୋଟ ତାଜମହଲର ଆଖ୍ୟା ଦିଆଯାଇଛି  । ଇତିମାଦି- ଉଦ୍‌-ଦୈଲା ସ୍ମାରକକୁ ବୁଲିବାକୁ ଆସିଥିବା ଜଣେ ସ୍ପନୀୟ ମହିଳାଙ୍କୁ ସୁରକ୍ଷା ଯାଞ୍ଚ ବେଳେ ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମୀ ଖରାପ ଭାବେ ସ୍ପର୍ଶ କରିବାରୁ ତାକୁ ଚାକିରିରୁ ତଡାଯାଇଛି ।

 ସୋମବାରରେ ଏହି ସ୍ପେନୀୟ ମହିଳା ତାଙ୍କ ବନ୍ଧୁଙ୍କ ସହ ଇତିମାଦି- ଉଦ୍‌-ଦୈଲା ସ୍ମାରକୁ ବୁଲିବା ପାଇଁ ଆସିଥିଲେ । ସେଠାରେ ପ୍ରବେଶ ଦ୍ୱାରରେ ମହିଳା ସୁରକ୍ଷା କର୍ମୀ ବି ନିୟୋଜିତ ଥିଲେ । ମାତ୍ର ଅଧିକ ପର୍ଯ୍ୟଟକ ଆସିବାରୁ ସ୍ପେନୀୟ ମହିଳା ଜଣଙ୍କ ସେଠାରେ ଥିବା ହରିଓମ୍‌ ନାମକ ସୁରକ୍ଷା କର୍ମୀଙ୍କୁ ବ୍ୟାଗ ଯାଞ୍ଚ କରିବା ପାଇଁ କହିଥିଲେ ।  ସେ ଆଗପଟେ ବ୍ୟାଗ ପକାଇଥିବାରୁ ସୁରକ୍ଷା କର୍ମୀ ଜଣଙ୍କ ଖରାପ ଭାବେ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲା । ଏତିକି ବେଳ ମହିଳା ଜଣକ ଏହାର ବିରୋଧକରିବା ସହ ପାଟି କରିଥିଲେ । ସେଠାରେ ନିୟୋଜିତ ଥିବା ପ୍ରତ୍ନତତ୍ନ ବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ । ସେ ତାଙ୍କ ଦୂତାବାସରେ  ଏ ବିଷୟରେ ଅଭିଯୋଗ କରିବେ ବୋଲି କହିବା ପରେ ପ୍ରତ୍ନତତ୍ୱ ବିଭାଗ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେହି ସୁରକ୍ଷା କର୍ମୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.