Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜି ଆସିବ ଅଯୋଧ୍ୟା ରାୟ : ସାରା ଦେଶରେ କଡା ସୁରକ୍ଷା ବ୍ୟବସ୍ଥା

9/11/2019 at 9:22 AM

ନୂଆଦିଲ୍ଲୀ ୯।୧୧: ଅଯୋଧ୍ୟା ରାୟକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଭେଟି ଅବଗତ କରାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଓ ଡିଜିପି । ଏପଟେ ରାୟ ପୂର୍ବରୁ ସବୁ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କାଏମ ରଖିବା ନେଇ ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କ ବୈଠକ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୟୁପିର ସମସ୍ତ ଜିଲ୍ଲାକୁ ହାଇଆଲର୍ଟରେ ରଖାଯିବା ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ନଭେମ୍ବର ୯ ରୁ ୧୧ ଯାଏ ବନ୍ଦ ରଖିବାକୁ ଆଦେଶ ଜାରି କରିଛନ୍ତି। ବାରଣାସୀ, ପ୍ରୟାଗରାଜ, ଆଗ୍ରା, ମେରଠ, ଲକ୍ଷ୍ନୌ, ମଥୁରା, ମୁରାଦାବାଦ, ଗୋରଖପୁର ଓ ଅଲିଗଡ଼ ସମେତ ସମସ୍ତ ଅନ୍ୟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ଏହି ସବୁ ଜିଲ୍ଲାରେ ଅଧିକାରୀଙ୍କୁ ପୂରା ସତର୍କତା ଅବଲମ୍ବନ କରିବା ଓ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜରୁରୀ  ପରିସ୍ଥିତି ମୁକାବିଲା ପାଇଁ  ଦୁଇଟି ହେଲିକପ୍ଟର ଗୋଟିଏ ଅଯୋଧ୍ୟା ଏବଂ ଆଉ ଗୋଟିଏ ଲକ୍ଷ୍ନୌରେ ଷ୍ଟାଣ୍ଡ ବାଏ ଭାବେ ରଖାଯାଇଛି। ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଗାଁ ଗାଁ ବୁଲି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ସୋସିଆଲ ମିଡିଆ ଉପରେ କଡା ନଜର ରଖାଯିବ। ସହରର ମୁଖ୍ୟ ଛକରେ ପୋଲିସ ବ୍ୟାରିକେଟିଂ ଲଗାଇଛି ଓ କୌଣସି ଅଜ୍ଞାତ ଯାନବାହାନ ଓ ସନ୍ଦିଗ୍ଧ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଅଯୋଧ୍ୟାରେ ପ୍ରଶାସନ ୫୦୦ ଜଣଙ୍କୁ ଗିରଫ କରିଥିବା ବେଳେ ୧୨୦୦୦ ଲୋକଙ୍କ ଉପରେ ନଜର ରଖିଛି। ଅଯୋଧ୍ୟାରେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ରାପିଡ ଆକ୍ସନ ଫୋର୍ସର ୪୦୦୦ ଯବାନ ସହିତ ପୋଲିସ ବଳ ମୁତୟନ କରାଯାଇଛି। ଏହା ସହିତ ଗୁଇନ୍ଦା ଏଜେନ୍ସିର ଅଧିକାରୀ ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି।

   Related Posts