ଖାଆନ୍ତି ମହାଦେବଙ୍କର ଗାଆନ୍ତି ସହଦେବଙ୍କର: ୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁବିଧା ସୁଯୋଗ ବନ୍ଦ କରିଦେଲେ ସରକାର, ଏମାନଙ୍କ ସୁରକ୍ଷା ପାଇଁ ୫ବର୍ଷରେ ଖର୍ଚ୍ଚ ହୋଇଛି ୧୫୦ କୋଟି ଟଙ୍କା

Published By : Prameya-News7 Bureau | February 17, 2019 IST

ଜାମ୍ମୁ ୧୭/୨ : ୫ ଜଣ ହୁରିୟାତ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଥିବା ବେଳେ ସୟଦ ଅଲି ଶାହା ଗିଲାନି । ଏମାନଙ୍କୁ ଭାରତ ସରକାର ବର୍ଷ ବର୍ଷ ଧରି କ'ଣ କ'ଣ ଯୋଗାଇ ଆସୁଥିଲେ ଆଉ ପ୍ରତିଦାନରେ ଏମାନେ ଭାରତକୁ କ'ଣ କ'ଣ ଦେଉଥିଲେ ଆସନ୍ତୁ ନଜର ପକାଇବା।

{"id":86160}

ଖାଆନ୍ତି ମହାଦେବଙ୍କର ଗାଆନ୍ତି ସହଦେବଙ୍କର। ଏମାନେ ଏମିତି କାଶ୍ମୀରର ମୁଣ୍ଡିଆଳ। କାଶ୍ମୀରବାସୀଙ୍କୁ ବିଶ୍ବାସ ଦେଇଛନ୍ତି ଏଇମାନେ ହିଁ କାଶ୍ମୀରର ସାମାଜିକ, ରାଜନୈତିକ ଜୀବନର ଚୁଟି ଧରିଛନ୍ତି। ୫ ବିଚ୍ଛିନ୍ନତାବାଦୀ  ମିରୱେଜ ଉମେର ଫାରୁକ୍ , ଅବଦୁଲ ଗନି ଭଟ୍ଟ, ବିଲାଲ ଲୋନ, ହାସିମ କୁରେସି ଏବଂ ସବିର ଶାହା। ବର୍ଷ ବର୍ଷ ଧରି ଏମାନଙ୍କୁ ଦିଆଯାଉଥିବା ହୁକାପାନି ସୁବିଧା ସୁଯୋଗ ପ୍ରଶାସନ ବନ୍ଦ କରିଦେଇଛି।  

{"id":86161}

ଜାଣି ଆଶ୍ଚର୍ଯ୍ୟ ହେବେ ଗତ ୫ ବର୍ଷ ଭିତରେ ଭାରତ ସରକାର ଏମାନଙ୍କ ସୁରକ୍ଷା ବାବଦରେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଜଣେ ଡିଏସପିଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ରାତି ଦିନ ଜଗି ରହିଥିବେ ।

{"id":86163}

ଏମାନଙ୍କ ବିଦେଶ ଗସ୍ତ ଠାରୁ ଆରମ୍ଭ କରି ଗମନାଗମ ପାଇଁ ସରକାର ବିମାନ ଭଡ଼ା ଦିଅନ୍ତି। ଏମାନଙ୍କୁ ସରକାରୀ ଗାଡ଼ି ଦିଆଯାଇଥିଲା। ପେଟ୍ରୋଲ ନାଁରେ ଏମାନେ କୋଟି କୋଟି ଟଙ୍କା ଘପଲାତି ବି କରନ୍ତି । ଖାଲି ସେତିକି ନୁହେଁ ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଲୋଲୋ ଏମ୍‌ସରେ ବି ବ୍ୟବସ୍ଥା କରାଯାଇଛି। ଭାରତ ସରକାରଙ୍କଠାରୁ ଖାଇବା ଠାରୁ ଅଏସ ହୁକାପାନି ସବୁକିଛି ଏମାନେ ପାଆନ୍ତି ପ୍ରତିଦାନରେ ଏମାନେ ପାକିସ୍ତାନର ଗୁଣଗାନ କରନ୍ତି। ସୀମା ସେପଟେ ଯାଇ ଆତଙ୍କବାଦୀଙ୍କ ସହିତ ବୈଠିକି କରନ୍ତି। ଖାଲି ସେତିକି ନୁହେଁ ପାକିସ୍ତାନର ପଥର ବାଜଙ୍କୁ ଏମାନେ ଉସୁକାନ୍ତି।

{"id":86162}

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମୁଣ୍ଡିଆଳ ମାନଙ୍କର ପରିବାର ପିଲାମାନେ ବିଦେଶରେ ପାଠ ପଢ଼ନ୍ତି କିନ୍ତୁ ଏମାନେ କାଶ୍ମୀରର କୋମଳ ମତି କିଶୋରଙ୍କୁ ଆତଙ୍କବାଦୀ ହେବାକୁ କର୍ଣ୍ଣମନ୍ତ୍ର ଦିଅନ୍ତି। ନିଜେ ସୁରକ୍ଷାର ବଳୟରେ ରହି କାଶ୍ମୀରର ଯୁବକମାନଙ୍କୁ ସୁରକ୍ଷାବାହିନୀ ସହିତ ଲଢ଼ିବା ପାଇଁ ପଠାନ୍ତି।

{"id":86167}

ଏକ ସେ ବଢ଼କର ଏକ କାର୍ପଟଦାର ଏହି ହୁରିୟାତ ନେତାମାନଙ୍କୁ କାହିଁକି ଭାରତ ଏତେ କରୁଣା ଅଜାଡୁଥିଲା ତାହା ବି ଏବେ ସୁଦ୍ଧା ରହସ୍ୟ ହୋଇ ରହିଛି। କିନ୍ତୁ ଏବେ ପୁଲୁୱାମା ବୁଦ୍ଧି ହେଜିଛି ହୁକାପାନି ବନ୍ଦ ହେଇଛି। ଆଗକୁ ଗୁମୁଟିରେ ଚାଲୁଥିବା ସବୁ ଷଡ଼ଯନ୍ତ୍ରକୁ କଡ଼ା ହସ୍ତରେ ଦମନ କରାଯିବାର ସିଗ୍ନାଲ ଦିଆଯାଇଛି।

{"id":86164}

୫ ବର୍ଷରେ ଏମାନଙ୍କ ପାଇଁ ଖର୍ଚ୍ଚ ହୋଇଛି ୧୪୯ କୋଟି ଟଙ୍କା। ଆଲିସାନ ବଙ୍ଗଳାରେ ଅଏସ ଆରାମ କରୁଥିବା ଏହି କାର୍ପଟଦାରମାନଙ୍କର ଯେତେବେଳେ ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଛି ସେତେବେଳେ ଏହି ନେତାମାନେ କଣ କହୁଛନ୍ତି ଶୁଣନ୍ତୁ। ଏବେ କହୁଛନ୍ତି କାଶ୍ମୀରବାସୀ କୁଆଡ଼େ ସେମାନଙ୍କ ସୁରକ୍ଷା କରିବେ।

{"id":86165}

ସମୟ ଆସିଛି ଏବେ ଆର ପାର୍‌ କି ନିଷ୍ପତ୍ତି ନେବାର । ଆଉ ଡେରିରେ ହେଲେ ବି ହୁରିୟାତ ନେତାଙ୍କ  ଅଏସୀ ଆରାମ ବନ୍ଦ ହୋଇଛି, ଏବେ ସେମାନଙ୍କ ପ୍ରତି ଆକ୍ସନ ଉପରେ ରହିବ ନଜର।

{"id":86166}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.