ହସ୍ପିଟାଲରେ ଭର୍ତ୍ତି ମହିଳାଙ୍କୁ ଡାକ୍ତର ନୁହେଁ ସୁରକ୍ଷା କର୍ମୀ କରିଦେଲେ ସର୍ଜରୀ : ୨ ସପ୍ତାହ ପରେ ଚାଲିଗଲା ଜୀବନ

Published By : Prameya-News7 Bureau | June 08, 2021 IST

ଲାହୋର ୮/୬ : ପାକିସ୍ତାନର ଏକ ଡାକ୍ତରଖାନାରେ ନଜର ଆସିଛି ଅଭାବନୀୟ ଘଟଣା । ଜଣେ ୮୦ ବର୍ଷ ବୟସ୍କା ମହିଳାଙ୍କ ଅସ୍ତ୍ରୋପଚାରର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଉକ୍ତ ମହିଳାଙ୍କ ଅସ୍ପୋପଚାର ଡାକ୍ତରଙ୍କ ବଦଳରେ ଏଠାରେ ଥିବା ଜଣେ ପୂର୍ବତନ ସିକ୍ୟୁରିଟି ଗାର୍ଡ କରିଥିଲେ । ଫଳରେ ୨ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଥାଉକି, ପାକିସ୍ତାନ ଲାହୋର ସହର ଶାମିମା ବେଗମ୍ ନାମକ ଜଣେ ମହିଳା ଦୁଇ ସପ୍ତାହ ପୂର୍ବରୁ ତାଙ୍କ ପିଠିରେ କ୍ଷତ ପାଇଁ ଅସ୍ତ୍ରୋପଚାର କରିଥିଲେ । କ

ିନ୍ତୁ ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ଦ୍ୱାରା ନୁହେଁ, ବରଂ ମହମ୍ମଦ ୱାହିଦ ବଟ ନାମକ ଜଣେ ସିକ୍ୟୁରିଟି ଗାର୍ଡ ଦ୍ୱାରା କରାଯାଇଥିଲା । ତେବେ କେମିତି ଏମିତି ଘଟିଥିଲା ସେନେଇ ଉଠି ପ୍ରଶ୍ନବାଚୀ । ଲାହୋରର ମାୟୋ ହସ୍ପିଟାଲର ଜଣେ ଅଧିକାରୀ ତାଙ୍କ ନାମ ଲୁଚାଇବା ସହ ସର୍ତ୍ତରେ କହିଛନ୍ତି ଯେ ଏହା ଏକ ବହୁତ ବଡ ଡାକ୍ତରଖାନା । ଏପରି ପରିସ୍ଥିତିରେ, ଆମେ ସବୁବେଳେ କିଏ କଣ କରୁଛନ୍ତି ତାହା ସହିତ ଆମେ ଅପଡେଟ୍ ରହିପାରିବା ନାହିଁ ।

ତେବେ ଅପରେସନ୍ ଥିଏଟରରେ ସୁରକ୍ଷାକର୍ମୀ କେଉଁ ପ୍ରକାର ଅସ୍ତ୍ରୋପଚାର କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେହି ସମୟରେ ଜଣେ ଟେକ୍ନିସିଆନ ସେଠାରେ ଉପସ୍ଥିତ ଥିଲେ । ଅପରେସନ୍ ପାଇଁ ବଟ ମଧ୍ୟ ଟଙ୍କା ପାଇଥିଲା । ଏହି ଅପରେସନ୍ ପାଇଁ ବେଗମଙ୍କ ପରିବାର ବଟଙ୍କୁ ମଧ୍ୟ ଟଙ୍କା ବି ଦେଇଥିଲେ । କେବଳ ଏତିକି ନୁହେଁ, ପୂର୍ବତନ ସିକ୍ୟୁରିଟି ଗାର୍ଡ ମଧ୍ୟ ମହିଳାଙ୍କ ଘରକୁ ଯାଇ ତାଙ୍କ କ୍ଷତର ଚିକିତ୍ସା ବି କରିଥିଲେ ।

କିନ୍ତୁ ଯେତେବେଳେ ରକ୍ତସ୍ରାବ ବନ୍ଦ ହେଲାନି ଏବଂ ଯନ୍ତ୍ରଣା ବଢିଗଲା ସେତେବେଳେ ପରିବାର ଲୋକ ବେଗମଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଯେଉଁଠାରେ ସେମାନେ ଘଟଣା ବିଷୟରେ ଜାଣିବାକୁ ପାଇଲେ । ଘଟଣା ଜଣାପଡିବା ପରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଲାହୋର ପୋଲିସ ଛାନଭିନ୍ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ ଯେ ମହିଳାଙ୍କ କିପରି ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.