ଦେବଗଡରେ ବଡ ଭାଇର ଗୁଳିମାଡରେ ସାନ ଭାଇର ମୃତ୍ୟୁ ! ଜାଣନ୍ତୁ କାରଣ

Published By : Prameya-News7 Bureau | February 08, 2019 IST

ଦେବଗଡ ୮|୨: ଦେବଗଡ ସହରରେ ଗୁଳିକରି ହତ୍ୟା । ଘଟଣା ଘଟିଛି ଖୋଦ୍ ଦେବଗଡ ଏସପିଙ୍କ କ୍ବାର୍ଟର ନିକଟରେ ।  ଦେବଗଡ ଏସପିଙ୍କ କ୍ବାର୍ଟର କଡରେ ଘର କରି ରହୁଥିବା ରାଜେନ୍ଦ୍ର ବଳୁଆ ନାମକ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଘଟଣା ଘଟିବା ପରେ ଖବର ପାଇ ଦେବଗଡ ଏସପି ଅନୁପମ ଜେମ୍ସ, ଅତିରିକ୍ତ ଏସପି, ଏସଡିପିଓ, ଦେବଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

{"id":83080}

ମୃତ ରାଜେନ୍ଦ୍ର ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଘରେ ତାଙ୍କ ବୁଢୀ ମା ସହ ରହୁଥିଲେ । ରାଜେନ୍ଦ୍ରଙ୍କ ବଡଭାଇ ସଚ୍ଚିଦାନନ୍ଦ  ବିବାହ କରିବା ପରେ ନିକଟସ୍ଥ ବସାଲଇ ଗ୍ରାମରେ ରହୁଥିଲେ । ବୁଢୀ ମା ପାରାଲିସିସ୍ ରେ ଆକ୍ରାନ୍ତ ହୋଇ ଖଟରେ ଶୋଇରହୁଥିବା ବେଳେ ରାଜେନ୍ଦ୍ର ତାଙ୍କ ଦେଖାଶୁଣା କରୁଥିଲେ ।

{"id":83081}

ଘରର ଟଙ୍କା ପଇସାକୁ ନେଇ ଉଭୟ ଭାଇ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତକାଲି ରାତିରେ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ବୋଲି ତାଙ୍କ ମାଆ ପ୍ରକାଶ କରିଛନ୍ତି। ପରେ ସାନ ପୁଅର ଚିତ୍କାର ସେ ଶୁଣିବାକୁ ପାଇଥିଲେ । ଘଟଣା ଘଟିବା ପରେ ବଡଭାଇ ସଚ୍ଚିଦାନନ୍ଦ ଫେରାର ହୋଇଯାଇଥିବା ବେଳେ ପୋଲିସ ଏହି ଗୁଳିକାଣ୍ଡ ଘଟଣାରେ ତାଙ୍କ ହାତ ଥିବା ସନ୍ଦେହ କରୁଛନ୍ତି ।

{"id":83082}

ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ଦୁଇଟି ଗୁଳି ଖଣ୍ଡ ଉଦ୍ଧାର କରାଯାଇଥିବା ବେଳେ ଗୁଳିକାଣ୍ଡ ରେ ବ୍ୟବହୃତ ବନ୍ଧୁକ କୁ ଖୋଜା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.