ଚେୟାରରେ ଝୁଲି ରହିଛି ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ, ଥିଲେ ରାତି ଡ୍ୟୁଟିରେ

Published By : Prameya-News7 Bureau | November 21, 2020 IST

ତାଳଚେର ୨୧।୧୧: ତାଳଚେର ଭରତପୁର କୋଇଲା ଖଣିରେ ଅଘଟଣ । ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ବିଜୟ ଚୌହ୍ବାନ ବୋଲି ଜଣା ପଡିଛି । ସେ ଭତରପୁର କୋଇଲା ଖଣିରେ ସାଇଲୋ ପାଖରେ ଡ୍ୟୁଟି କରୁଥିଲେ । ରାତି ଡ୍ୟୁଟିରେ କାମ କରୁଥିଲେ । ଡ୍ୟୁଟିରେ ଚେୟାର ଉପରେ ତାଙ୍କର ମୃତଦେହ ପଡିରହିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

 କ୍ଷତିପୂରଣ ଦାବିରେ ସହକର୍ମୀମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନରେ ସମସ୍ତ ଶ୍ରମିକ ୟୁନିୟନ ସାମିଲ ହୋଇଛନ୍ତି । ମୃତ୍ୟୁର ତଦନ୍ତ ଦାବି ସହ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦାବି ରଖୁଛନ୍ତି ସହକର୍ମୀ ଏବଂ ଶ୍ରମିକ ୟୁନିୟନ । କୋଲିୟାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.