Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

କୋଇଲା ଖଣି ସିକ୍ୟୁରିଟି ଗାର୍ଡ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଜଣଙ୍କୁ ଦିଆଯିବ ନିଯୁକ୍ତି

21/11/2020 at 3:36 PM

ଅନୁଗୁଳ ୨୧।୧୧: ତାଳଚେର ଭରତପୁର କୋଇଲାଖଣି ସିକ୍ୟୁରିଟି ଗାର୍ଡ ମୃତ୍ୟୁ ମାମଲା । ବିଭିନ୍ନ ଶ୍ରମିକ ସଂଗଠନ ଓ ଘରଲୋକଙ୍କ ସହ ଆଲୋଚନା ପରେ ୧୦ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି କଂପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ୧ଲକ୍ଷ ଟଙ୍କା ଶୁଦ୍ଧିକ୍ରିୟା  ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦର ଦିଆଯାଇଛି । ଏହାସହିତ ମୃତକଙ୍କ ପରିବାର ଜଣଙ୍କୁ ନିଯୁକ୍ତ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ପରିବାର ଲୋକ ଓ ସଂଗଠନ ସହ ଖଣି ଦାୟିତ୍ୱରେ ଥିବା ଏ.ପି.ଏମ୍‌, ମ୍ୟାନେଜର ଏବଂ ଅନ୍ୟାୟନ ଉଚ୍ଚପଦସ୍ଥ ଅଫିସର ଉପସ୍ଥିତ ଥିଲେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ । ଘର ଲୋକଙ୍କ ଉପସ୍ଥିତିରେ ମୃତ ସିକ୍ୟୁରିଟି ଗାର୍ଡ ବିଜୟଙ୍କ ମୃତଦେହ ତାଳଚେର ସଦର ହସ୍ପିଟାଲ କୁ ପଠାଯାଇଛି।

ଖବର ଅନୁଯାୟୀ, ଆଜି ତାଳଚେର ଭରତପୁର କୋଇଲା ଖଣିରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିଲା । ମୃତକ ବିଜୟ ଚୌହ୍ବାନ । ସେ ଭତରପୁର କୋଇଲା ଖଣିରେ ସାଇଲୋ ପାଖରେ ଡ୍ୟୁଟି କରୁଥିଲେ । ରାତି ଡ୍ୟୁଟିରେ କାମ କରୁଥିଲେ । କିନ୍ତୁ ଡ୍ୟୁଟିରେ ଚେୟାର ଉପରେ ତାଙ୍କର ମୃତଦେହ ପଡିରହିଥିଲା । ତେବେ ବିଜୟଙ୍କ ମୃତ୍ୟୁ କିପରି ହେଲା ସେନେଇ ଆନ୍ଦୋଳନ କରିଥିଲେ ସହକର୍ମୀ ।  କ୍ଷତିପୂରଣ ଦାବିରେ ସହକର୍ମୀମାନେ ଆନ୍ଦୋଳନ କରୁଥିଲେ । ଆନ୍ଦୋଳନରେ ସମସ୍ତ ଶ୍ରମିକ ୟୁନିୟନ ସାମିଲ ହୋଇଥିଲେ । ମୃତ୍ୟୁର ତଦନ୍ତ ଦାବି ସହ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦାବି କରିଥିଲେ ସହକର୍ମୀ ଏବଂ ଶ୍ରମିକ ୟୁନିୟନ । ଶ୍ରମିକ ଓ ପରିବାର ଲୋକଙ୍କ ସହ ଆଲୋଚନା ପରେ କ୍ଷତିପୂରଣ ବାବଦକୁ ୧୦ଲକ୍ଷ ଟଙ୍କା ଓ ମୃତକଙ୍କ ପରିବାରରେ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।

   Related Posts