ଅନୁଗୋଳ ମେଡିକାଲରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଛନ୍ତି ସୁରକ୍ଷାକର୍ମୀ

Published By : Prameya-News7 Bureau | September 09, 2021 IST

ଅନୁଗୋଳ ୯।୯: ଅନୁଗୋଳ ମେଡିକାଲରେ ଚିକିତ୍ସା ଅବହେଳାର ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଜଣେ ସୁରକ୍ଷାକର୍ମୀ ରୋଗୀକୁ ଇଞ୍ଜେକସନ୍ ଦେଉଥିବା ଦୃଶ୍ୟ ଭାଇରାଲ୍ ହୋଇଛି । ଜଣେ ସୁରକ୍ଷାକର୍ମୀ ୟୁନିଫର୍ମରେ ଥାଇ ଜଣେ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ କାଜୁଆଲଟିର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଅନୁଗୋଳ ମେଡିକାଲର ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତେବେ ଏ ଭିଡ଼ିଓର ସତ୍ୟାସତ୍ୟ ଉପରେ ମେଡିକାଲର ADMO କହିଛନ୍ତି, ଭିଡିଓ ଯାଞ୍ଚ କଲା ପରେ ପ୍ରକୃତ କଥା କହିପାରିବୁ। ତଥାପି ଦିନେ ଦୁଇ ଦିନ ମଧ୍ୟରେ ଏହା ପଛର କାରଣ କ’ଣ ଜଣାଇବୁ ବୋଲି ସେ କହିଛନ୍ତି । ତେବେ ଚିକିତ୍ସାଳୟର ସୁରକ୍ଷା ଦାୟିତ୍ବ ଏକ ଠିକା ସଂସ୍ଥାକୁ ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଭଳି ଘଟଣାକୁ ନେଇ କଡା ନିର୍ଦ୍ଦେଶ ଦେଇଥିବା ବେଳେ ଘଟଣାର ପୁନରାବୃତ୍ତି ଘଟିବା ସ୍ଵାସ୍ଥ୍ୟ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସମାନ ଦୃଶ୍ୟ କିଛି ଦିନ ପୂର୍ବରୁ କଣିହାଁ ମେଡିକାଲରେ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.