Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ହୃଦୟସ୍ପର୍ଶୀ: ଦରମା ଟଙ୍କା ଘରକୁ ପଠାଇ କଞ୍ଚା ପିଆଜ ଓ ରସୁଣ ଲଗାଇ ଭାତ ଖାଉଛନ୍ତି ସିକ୍ୟୁରିଟି ଗାର୍ଡ

4/04/2021 at 6:10 PM

ନୂଆଦିଲ୍ଲୀ ୦୪/୦୪ : ଦୁନିଆରେ ଗରିବୀଠୁ ବଡ ଆଉ କିଛି ଦୁଃଖ ନାହିଁ। ଅଭାବ ଅନାଟନ ଓ ଗରିବୀ ଯୋଗୁଁ ଦେଶରେ ଏବେ ବି ଲକ୍ଷ ଲକ୍ଷ ଲୋକ ଅଖିଆ ରହି ଯାଉଛନ୍ତି। ଗରିବୀ ତୁଳନାରେ ମାଲେସିଆ ଭାରତ ଠାରୁ ସମ୍ପନ୍ନ ଦେଶ। କିନ୍ତୁ ସେଠାରେ ମଧ୍ୟ ଗରିବ ଲୋକ ଅଛନ୍ତି ଯେଉଁମାନେ ଅଭାବ ଅନାଟନରେ କାଳାତିପାତ କରୁଛନ୍ତି, ଦିନକୁ ଦୁଇ ମୁଠା ପେଟ ପୁରା ଖାଇବାକୁ ବି ପାଉନାହାନ୍ତି। ନିକଟରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହା ଯେକୌଣସି ବ୍ୟକ୍ତିଙ୍କ ହୃଦୟକୁ ଛୁଇଁଯିବ। ଏହି ଭାଇରାଲ ଭିଡିଓରେ ଜଣେ ସିକ୍ୟୁରିଟି ଗାର୍ଡ ନଜର ଆସିଛନ୍ତି। ସେ ଭାତ ସହ କେବଳ କଞ୍ଚା ପିଆଜ ରସୁଣ ଖାଉଥିବା ନଜର ଆସିଛନ୍ତି। ତେବେ ଭାରତରେ ଲୁଣ, ପିଆଜ କିମ୍ବା ଆଚାର ଲଗେଇ ରୁଟି ଖାଇବା ଏକ ସାଧାରଣ କଥା। କିନ୍ତୁ ମାଲେସିଆ ଭଳି ଜାଗାରେ ଏହି ସ୍ଥିତି ସାମାନ୍ୟ କଥା ନୁହେଁ। ମାଲେସିଆରେ ମଧ୍ୟ ଏହିଭଳି ହୋଇଥାଏ।

ଏହି ଭାଇରାଲ ଭିଡିଓକୁ ସିକ୍ୟୁରିଟି ଗାର୍ଡଙ୍କ ଜଣେ ସାଙ୍ଗ ଏପିଡ୍ ଲିଡ୍ ଫେସବୁକରେ ପୋଷ୍ଟ କରିଛନ୍ତି। ଦେଖୁ ଦେଖୁ ଭିଡିଓ ଭାଇରାଲ ହୋଇଯାଇଥିଲା। ଏପିଡ଼ ଲିଡ୍ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କ ସାଙ୍ଗ ବହୁତ ପରିଶ୍ରମୀ। ସେ ନିଜ ଦରମାର ଅଧିକ ଅଂଶ ନିଜ ପରିବାରକୁ ପଠାଇ ଦିଅନ୍ତି। ତାଙ୍କ ପାଖରେ ଯାହା ବଳିଯାଏ ସେଥିରେ ସେ କେବଳ ଭାତ ପାଇଁ ହିଁ ଖର୍ଚ୍ଚ କରିପାରନ୍ତି।

ସେ କହିଛନ୍ତି ତାଙ୍କ ସାଙ୍ଗ ସେତିକି ଦରମା ପାଆନ୍ତି ଯେତିକି ଅନ୍ୟମାନେ ପାଆନ୍ତି କିନ୍ତୁ ତଥାପି ସେ ଭାତ ସହ ପିଆଜ ଓ ରସୁଣ ଖାଇବାକୁ ବାଧ୍ୟ। କାରଣ ସେ ନିଜ ପରିବାରକୁ ବହୁତ ଭଲପାଆନ୍ତି। ନିଜ ଦରମାର ବଡ ଅଂଶ ନିଜ ପରିବାରକୁ ପଠାଇ ଦେଇଥାନ୍ତି ଓ ଏହିଭଳି ଜୀବନ ବିତାଇଥାନ୍ତି। ଏପିଡ଼ ଭିଡିଓ ସେୟାର କରି କହିଛନ୍ତି, ଦିନେ ସବୁ କିଛି ଠିକ ହେଇଯିବ ବୋଲି ଆଶା କରୁଛନ୍ତି।

ଭିଡିଓ ପୋଷ୍ଟ କରିବା ପରେ ଲକ୍ଷ ଲକ୍ଷ ଲୋକ ଭିଡିଓ ଦେଖିଛନ୍ତି। ଅନେକ ଲୋକ ଏହି ଭିଡିଓରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ୬ ହଜାରରୁ ଅଧିକ ଲୋକ ଭିଡିଓକୁ ସେୟାର କରିଛନ୍ତି। ତେବେ ଭିଡିଓ କେଉଁଥିରେ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ମାଲେସିଆର ବୋଲି କୁହାଯାଉଛି।

   Related Posts