Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଖଣିରେ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ସିକ୍ୟୁରିଟି ଗାର୍ଡ ମୃତ, ଖଣିରେ ଉତ୍ତେଜନା

28/05/2019 at 7:37 AM

ଅନୁଗୋଳ ୨୮|୫: ଅନୁଗୋଳ ଜିଲ୍ଲା ତାଳଚେର ବଳରାମ କୋଇଲା ଖଣିରେ ଦୁର୍ଘଟଣା ହୋଇଛି । ଅଜଣା ଗାଡି ଧକ୍କାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କୈଳାସ ଚନ୍ଦ୍ର ମହାରଣା। ତାଙ୍କ ଘର କଲମଉଛୁଇଁ ଗାଁରେ ବୋଲି ଜଣା ପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଖଣିରେ ଡ୍ୟୁଟି କରୁଥିବା ବେଳେ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଖଣି ଭିତରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ସକାଳୁ ସକାଳୁ ଖଣିକାର୍ଯ୍ୟ ବନ୍ଦ ରହିବା ସହ କ୍ଷତିପୂରଣ ଏବଂ ଜଣକୁ ନିଯୁକ୍ତି ଦାବି କରୁଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଘଟଣା ସ୍ଥଳରେ ଚିଫ୍ ସିକ୍ୟୁରିଟି ଗାର୍ଡ ଉପସ୍ଥିତ ରହିଛନ୍ତି । ତାଙ୍କୁ ସ୍ଥାନୀୟ ଲୋକ ଏବଂ ସହଯୋଗୀ ସିକ୍ୟୁରିଟି ଗାର୍ଡମାନେ ଘେରିଛନ୍ତି । ସେପଟେ ସମସ୍ୟାର ସମାଧାନ ନ ହେଲେ ଖଣିକାର୍ଯ୍ୟ ବନ୍ଦ ରହିବ ବୋଲି ଜିଦ୍ ଧରିଛନ୍ତି ସମସ୍ତେ।

   Related Posts