Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ହସ୍ପିଟାଲରେ ବୟସ୍କ ମହିଳାଙ୍କୁ ସିକ୍ୟୁରିଟି ଗାର୍ଡର ଲାତ ଗୋଇଠା ମାରିବା ଭିଡିଓ ଭାଇରାଲ : ମାମଲା ରୁଜ୍ଜୁ

8/08/2020 at 3:32 PM

ପ୍ରୟାଗରାଜ ୦୮/୦୮ : ଉତ୍ତର ପ୍ରଦେଶ ପ୍ରୟାଜରଜରେ ଏକ ଅମାନବିକତା ଘଟଣା ସାମ୍ନାକୁ ଆସିଛି ଯାହା ଅତ୍ୟନ୍ତ ଲଜ୍ଜାଜନକ | ଏସଆରଏନ ହସ୍ପିଟାଲରେ ନିୟୋଜିତ ଜଣେ ସିକ୍ୟୁରିଟି ଗାର୍ଡର ଅମାନବିକତା କାର୍ଯ୍ୟକଳାପ ଲୋକଲୋଚନକୁ ଆସିଛି | ସିକ୍ୟୁରିଟି ଗାର୍ଡର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଭିଡିଓରେ ଗାର୍ଡ ଜଣେ ବୟସ୍କ ମହିଳାଙ୍କୁ ଲାତ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି | ମହିଳାଙ୍କ ଅବସ୍ଥା ଗୁରୁତର ରହିଛି | କିନ୍ତୁ ତାଙ୍କୁ ଠିକ ଚିକିତ୍ସା ମିଳୁନାହିଁ |

ଘଟଣା ଗତ ଗୁରୁବାର ରାତି ୧୦ଟା ସମୟର ବୋଲି କୁହାଯାଇଛି | ପୋଲିସ ଥାନାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା | କିନ୍ତୁ କେହି ଘଟଣା ସମ୍ପର୍କରେ ଜାଣିପାରିନଥିଲେ | ଗାର୍ଡର ଏହି ଅମଣିଷ କାର୍ଯ୍ୟକଳାପ ଦେଖି ଘଟଣାସ୍ଥଳରେ ଥିବା ଜଣେ ଜୁନିଅର ଡାକ୍ତର ଭିଡିଓ କରି ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥଲେ | ମହିଳା ଜଣକ ଏସଆରଏନ ହସ୍ପିଟାଲର ଟ୍ରଉମା ସେଣ୍ଟର ଗେଟ ପାଖରେ ଚିକିତ୍ସା ପାଇଁ ବସିଥିଲେ | ସେତେବେଳେ ଗାର୍ଡ ତାଙ୍କୁ ମାଡ ମାରିଥିଲା |

ଭିଡିଓ ଭାଇରାଲ ହେବାପରେ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା | ମାମଲାରେ ହସ୍ପିଟାଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ହସ୍ପିଟାଲରୁ ବରଖାସ୍ତ କରିଛି | ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି |

ଏହି ହସ୍ପିଟାଲ କୋଭିଡି-୧୯ ଲେଭଲ ଥ୍ରୀ ରୋଗୀଙ୍କ ପାଇଁ ରହିଛି | ଗୁରୁବାର ରାତିରେ ମହିଳା ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ | ବୟସ୍କ ମହିଳା ଜଣକ ଏକା ଆସିଥିଲେ ଏବଂ ତାଙ୍କର ମାନସିକ ଅବସ୍ଥା ମଧ୍ୟ ଠିକ ନଥିବା କୁହାଯାଇଛି | ମହିଳାଙ୍କର ଆଘାତ ହୋଇଥିଲା | ଯନ୍ତ୍ରଣାରେ ସେ ଛଟପଟ ହେଉଥିବାବେଳେ ଗାର୍ଡ ତାଙ୍କୁ ସାହାଯ୍ୟ ନ କରି ଅତି ନିଷ୍ଠୁର ଭାବେ ଲାତ ଗୋଇଠା ମାରିଥିଲା | 

ହସ୍ପିଟାଲର ଟ୍ରଉମା ସେଣ୍ଟରରେ ନନ କୋଭିଡି ରୋଗୀଙ୍କର ମଧ୍ୟ ଚିକିତ୍ସା ହୋଇଥାଏ | କିନ୍ତୁ ଏହି ମହିଳା ଜଣକର ଗୁହାରି କେହି ଶୁଣିନଥିଲେ | ଭିଡିଓ ସାମ୍ନାକୁ ଆସିବା ପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

   Related Posts