ପାହାଳରେ ମାର୍ବଲ ଦୋକାନ ସିକ୍ୟୁରିଟି ଗାର୍ଡଙ୍କୁ ପିଟିପିଟି ହତ୍ୟା ; ଘଟଣାସ୍ଥଳରେ ଉତ୍ତେଜନା, ମାଲିକଙ୍କ ସଂପୃକ୍ତି ଅଭିଯୋଗ

Published By : Prameya-News7 Bureau | March 28, 2019 IST

ଭୁବନେଶ୍ବର ୨୮|୩ : ଭୁବନେଶ୍ବର ଉପକଣ୍ଠ ପାହାଳ ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ପିଟି ପିଟି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସାରଳା ମାର୍ବଲ୍ସ ଦୋକାନର ସିକ୍ୟୁରିଟି ଗାର୍ଡ ଗଦା ସ୍ବାଇଁ (୪୮)ଙ୍କୁ ମେସ୍ ର ରୋଷେଇ ଘରେ ଦୁର୍ବୃତ୍ତମାନେ ପିଟିପିଟି ହତ୍ୟା କରିଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଗଦା ସ୍ବାଇଁଙ୍କ ଘର କଟକ ସଦର ଅନ୍ତର୍ଗତ ଗବବସ୍ତର ଉଷୁମା ଗାଁରେ ।

{"id":97608}

ଖବର ପାଇବା ପରେ ଗଦା ସ୍ବାଇଁଙ୍କ ପରିବାର ଓ ଗାଁଲୋକେ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସାରଳା ମାର୍ବଲର ମାଲିକ ନପହଞ୍ଚିବା ପର୍ଯ୍ୟନ୍ତ ଶବ ଛାଡିବେ ନାହିଁ ବୋଲି ପରିବାର ଲୋକ ଜିଦ୍ ଧରି ବସିଛନ୍ତି । ମୃତ ଗଦାଙ୍କ ଗାଁ ଓ ପରିବାରଲୋକେ କଟକ-ଭୁବନେଶ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ବନ୍ଦ ରଖିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପହଞ୍ଚି କମିଶନରେଟ୍ ପୋଲିସର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ମୃତ ଗଦାଧର ସ୍ବାଇଁ ପୁଅ ପ୍ରଦୀପ ସ୍ବାଇଁ କହିଛନ୍ତି ଯେ, ଏହି ହତ୍ୟା ଘଟଣା ପଛରେ ମାର୍ବଲ ଦୋକାନର ମାଲିକଙ୍କ ସଂପୃକ୍ତି ରହିଥିବା ସେ ସନ୍ଦେହ କରୁଛନ୍ତି । ତାଙ୍କ ବାପା ଆଜି ସକାଳୁ ଫୋନ୍ ନଉଠାଇବାରୁ ସେ ଓ ତାଙ୍କ ଗାଁର କିଛି ଲୋକ ମେସ୍ ରେ ଆସି ପହଞ୍ଚିଥିଲେ । ସେତବେଳକୁ ମାର୍ବଲ ଦୋକାନ ମାଲିକ ଏବଂ କିଛି କର୍ମକର୍ତ୍ତା ସେଠାରେ ଉପସ୍ଥିତ ଥିଲେ । ତାଙ୍କୁ ଦେଖି ସେମାନେ ତରବରିଆ ଭାବେ ଘଟଣାସ୍ଥଳରୁ ପଳାଇଯାଇଥିଲେ ।

{"id":97609}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.