ଏଟିଏମରେ ଟଙ୍କା ଭର୍ତ୍ତି କଲାବେଳେ କୋଟିକୋଟି ଟଙ୍କା ଲୁଟ କରିଥିଲା ସିକ୍ୟୁରିଟି ଅଧିକାରୀ, ଧରାପଡିବା ଭୟରେ ନିଜକୁ ନିଜେ ଗୁଳି କରି କରିଥିଲା ଆତ୍ମହତ୍ୟା ଉଦ୍ୟମ, ଖୋଲିଲା ଗୁମର

Published By : Prameya-News7 Bureau | July 17, 2019 IST

ଭୁବନେଶ୍ବର୧୭|୭: ଟଙ୍କା ଭର୍ତ୍ତି କରିବା ବେଳେ ଏଟିଏମ୍ ଅର୍ଥ ଆତ୍ମସାତ । ଏପରି ଜଣେ ସ୍ମାର୍ଟ ସିକ୍ୟୁରିଟି ଅଧିକାରୀଙ୍କୁ ଗିରଫ କରିଛି ପୋଲିସ।  ଲକ୍ଷେ ଦୁଇ ଲକ୍ଷ ନୁହେଁ  ଦୁଇ କୋଟିରୁ ଅଧିକ ଟଙ୍କା ଆତ୍ତ୍ମସାତ କରିଥିଲା ଅଭିଯୁକ୍ତ  ପାପୁନୀ ପରିଜା । ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା କାମ ନେଇଥିବା ସିକ୍ୟୁରୀଟି କମ୍ପାନୀରେ ସିକ୍ୟୁରୀଟି ଅଧିକାରୀଭାବେ କାର୍ଯ୍ୟ କରୁଥିବା ପାପୁନୀର ଘର ଜଟଣୀ । ତେବେ . ତାର କାରନାମା ଜଣାପଡିଯିବା ପରେ ପୋଲିସ ଠାରୁ ବଞ୍ଚିବାକୁ ନିଜ ଉପରକୁ ନିଜେ ଗୁଳିକରି  ଆତ୍ମହତ୍ୟା ଉଦ୍ୟମ କରିଥିଲା ସେ । ଏବେ ସେ ପୋଲିସ ହେପାଜତରେ ଚିକିତ୍ସାଧିନ ଥିବା ବେଳେ, ତା କେଳେଙ୍କାରୀର ପର୍ଦ୍ଦା ଫାସ ହୋଇଛି । 

{"id":134679}

ଚୋର ହାତରେ ଚାବି କାଠି । ଦେଖନ୍ତୁ ଏହି ଯୁବକକୁ । ଘରୋଇ କମ୍ପାନୀର ସିକ୍ୟୁରିଟି ଅଫିସରରୁ କୋଟିପତି । ନା ତାଙ୍କର ପାପୁନୀ ପରିଜା,  ଘର ଜଟଣୀ । କାରନାମା ହେଲା, ସେ ବ୍ୟଙ୍କ୍‌ ଏଟିଏମ୍‌ ଟଙ୍କା ହଡପ କରିଛନ୍ତି , କୋଟି କେଟି ଟଙ୍କା । ଭୁବନେଶ୍ୱର ଲିଙ୍ଗିପୁର ଛକରେ ଥିବା ସିକ୍ୟୋର ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟକରୁଥିଲେ ପାପୁନି । ସିକ୍ୟୋର ସଂସ୍ଥା ଜଟଣୀ ଓ ଖୋର୍ଦ୍ଧାରେ ଥିବା କିଛି ବ୍ୟଙ୍କ୍‌ ଏଟିଏମରେ ଟଙ୍କା ଭର୍ତ୍ତି କରିବା କାମ ନେଇଥିବା ବେଳେ, ଦାୟିତ୍ୱରେ ଥିଲେ ପାପୁନି ପରିଜା ।

{"id":134680}

ତେବେ ଗତ ବର୍ଷେ ହେଲା, ଏଟିଏମରେ  ଟଙ୍କାଭର୍ତ୍ତି କରିବା ସହିତ  ଟଙ୍କା ଆତ୍ତ୍ମସାତ କରିଚାଲିଥିଲା ପାପୁନୀ । କିନ୍ତୁ ଯାଞ୍ଚ ଅଧିକାରୀଙ୍କୁ ଠିକ୍‌ ଠାକ୍‌ ଥିବା ଏଟିଏମ୍‌ ଦେଖାଇ ତାର ଲୁଟକୁ ଲୁଚାଇ ଚାଲିଥିଲା । କିନ୍ତୁ , ଶେଷରେ ଧରାପଡିଗଲା ଗୁମର । ବାହରୁ ଆସିଥିବା କମ୍ପାନୀ ଅଧିକାରୀ ମାନଙ୍କ ଯାଞ୍ଚରୁ ଏଟିଏମ୍‌ରୁ ଟଙ୍କା ଗାଏବ ଜଣା ପଡିଥିଲା । ଆଉ ଏହି ସୂଚନା ପାଇ ଧରାପଡିବା ଭୟରେ  ନିଜ ବନ୍ଧୁକରୁ ନିଜ ଉପରକୁ ଗୁଳି ଫୁଟାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଆହତ ହୋଇଛି ପାପୁନୀ । ଏବେ ସେ ପୋଲିସ ହେପାଜତରେ ଚିକିସ୍ଥାଧିନ ।

{"id":134681}

ପାପୁନୀ ପରିଜା ନାମରେ ସିକ୍ୟୋର ସଂସ୍ଥା ପକ୍ଷରୁ ଅଭିଯୋଗ  ପରେ କମିସନରେଟ ପୋଲିସ ତା ଘର ଉପରେ ଚଢାଉ କରିଛି। ସେଠାରୁ ଦୁଇଟି ଅତ୍ୟଧୁନିକ ଡିଜେ ଗାଡି , ଦୁଇଟି ଦାମି କାର , ଗୋଟିଏ କେଟିଏମ ବାଇକ ସହ ଅନ୍ୟ ଦୁଇଟି ଗାଡି ଜବତ କରିଛି ପୋଲିସ। ପାପୁନିର ଆକାଉଣ୍ଟରୁ ପୋଲିସ ଏକଲକ୍ଷ ଟଙ୍କା ମଧ୍ୟ ଜବତ କରିଛି । ଏଟିଏମ୍‌ରୁ ଅର୍ଥ ହଡପ କରି ପାପୁନୀ ଡେଜ୍ ବେପାର ସହ ବେଶ୍ ଅୟସ ଜୀବନ ବିତାଉଥିବା ସୁରାକ ମିଳିଛି ।

{"id":134682}

ଏଟିଏମରୁ କୋଟି କୋଟି  ଆତ୍ତ୍ମସାତ ଘଟଣାରେ ପାପୁନୀ ସହ ଆଉ କିଏ ଅଛି କି ନା ସେନେଇ ତନାଘନା ଜାରି ରହିଛି। ଏନେଇ ଚାରିଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ଜଟଣି ଥାନା ପୋଲିସ । ପାପୁନୀ ସୁସ୍ଥ ହେବା ପରେ , ତାଠୁ ତଥ୍ୟ ଓଗାଳି ଅଧିକ ଖୋଳତାଡ କରାଯିବ ବୋଲି ଜଣାଯାଇଛି ।

{"id":134683}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.