ଜାମ୍ମୁ କାଶ୍ମୀର କୁଲଗାମରେ ଏନକାଉଣ୍ଟର: ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କୀ ସଫା

Published By : Prameya-News7 Bureau | July 25, 2021 IST

ଜାମ୍ମୁକାଶ୍ମୀର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି । ଆଜି ପୁଣିଥରେ କୁଲଗାମ, ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । କୁଲଗାମର ମୁନାଣ୍ଡ ଅଞ୍ଚଳରେ ଏହେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜାମ୍ମୁ କାଶ୍ମୀର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ସୈନିକମାନେ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଅଧିକ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବାର ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଜୁଲାଇ ମାସରେ ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ୨୭ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ଉପତ୍ୟକାରେ ୧୧ଟି ପୃଥକ ମୁକାବିଲାରେ ସୁରକ୍ଷା ବାହିନୀ ଏହି ୨୫ ଜଣ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି । ରାଜୌରୀ ଜିଲ୍ଲାର ସୁନ୍ଦରବାନୀରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସୂଚନାନୁସାରେ, ଆତଙ୍କବାଦ ବିରୋଧୀ ଅପରେସନ ସମୟରେ ଜାମ୍ମୁରେ ସେନାର ୨ ଯବାନ ଓ କାଶ୍ମୀର ଡିଭିଜନରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.