ଶ୍ରୀନଗରରେ ଲୁଚିଛନ୍ତି ୨ରୁ ୩ ଆତଙ୍କବାଦୀ, ସେନା ପକ୍ଷରୁ ଅପରେସନ ଆରମ୍ଭ

Published By : Prameya-News7 Bureau | June 21, 2020 IST

ଶ୍ରୀନଗର ୨୧।୬: ଜାମ୍ମୁ କାଶ୍ମୀର ଶ୍ରୀନଗରରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ କରିଛନ୍ତି । ଶ୍ରୀନଗରର ଜାଦିବଲ ଅଞ୍ଚଳରେ ଏହି ଅପରେସନ ଚାଲିଛି । ସୁରକ୍ଷା ବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ଏହି ଅଞ୍ଚଳରେ ୨ ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ।

ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ପଡୋଶୀ ଅଞ୍ଚଳ ଦେଇ ଯାଉଥିବା ଗାଡିଗୁଡିକୁ ତଲାସି କରାଯାଇଛି । ଏହା ବ୍ୟତୀତ ଲୋକଙ୍କ ଘରେ ମଧ୍ୟ ଖୋଜାଖୋଜି କରାଯାଉଛି। ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ଏକ ଘରେ ଲୁଚି ରହିଥାଇ ପାରନ୍ତି । ସୂଚନା ଅନୁସାରେ, ୨ରୁ ୩ ଜଣ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଛନ୍ତି ।

ପୋଲିସ ଏବଂ ସୁରକ୍ଷା ବାହିନୀର ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଏହି ଅଞ୍ଚଳରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ବନ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ ଇଣ୍ଟରନେଟ୍ ମାଧ୍ୟମରେ ଆତଙ୍କବାଦୀମାନେ ନିଜ ନିଜ ମଧ୍ୟରେ ଯୋଗାଯୋଗ ରଖିବାରେ ସକ୍ଷମ ହୁଅନ୍ତି । ଏହା ବ୍ୟତୀତ ଆତଙ୍କବାଦୀମାନେ ପୋଲିସ ଏବଂ ସେନାର ଗତିବିଧି ବିଷୟରେ ମଧ୍ୟ ସୂଚନା ପାଇଥାନ୍ତି । ଏହି କାମରେ ସୀମା ଆରପଟେ ବସିଥିବା ଆଫା ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରନ୍ତି ।

ଆହୁରି ପଢନ୍ତୁ...ସୁଧୁରୁନି ପାକିସ୍ତାନ : ବାଲାକୋଟରେ ମୋର୍ଟାର ମାଡ଼, ଦୃଢ ଜବାବ ଦେଲା ଭାରତୀୟ ସେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.