Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ସଲାଉଦ୍ଦିନ ଆଇଏସ୍ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌, ୨୪ ଆତଙ୍କବାଦୀ ନିହତ

27/06/2020 at 1:16 PM

ବଗଦାଦ ୨୭।୬: ଏୟାରଷ୍ଟ୍ରାଇକ୍‌ରେ ୨୪ଜଣ ଆଇଏସ୍‌ ଆତଙ୍କୀ ନିହତ । ଇରାକ ରାଜଧାନୀ ବଗଦାଦର ଉତ୍ତରରେ ଥିବା ସଲାଉଦ୍ଦୀନ ପ୍ରାନ୍ତରେ ଏୟାରଷ୍ଟ୍ରାଇକ୍‌ରେ ୨୪ଜଣ ଆଇଏସ୍‌ ଆତଙ୍କୀ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀଙ୍କ ଗତିବିଧି ବଢିବା ସହ ସେମାନେ ଆଡ୍ଡା ପ୍ରସ୍ତୁତିରେ ଲାଗିପଡିଥିଲେ । ଶୁକ୍ରବାର ଏ ନେଇ ଇରାକୀ ସେନାକୁ ସୂଚନା ମିଳିଥିଲା।

ସୂଚନାଯୋଗ୍ୟ ଯେ, ଇରାକରେ ଆତଙ୍କବାଦୀ ବିରୋଧୀ ସେବା (ସିଟିଏସ୍‌)ଏକ ବୟାନ ଜାରି କରି କହିଛି ଯେ,  ଇରାକ ଓ ଅନ୍ତର୍ଜାତୀୟ ମେଣ୍ଟ ଯୁଦ୍ଧ ବିମାନ ଦ୍ୱାରା ସମର୍ଥିତ ସିଟିଏସ୍‌ ବଗଦାଦର ଉତ୍ତରରେ କିଛି ଅଞ୍ଚଳରେ ଆକ୍ରମଣ କରିଥିଲା । ପୁରା ଅଞ୍ଚଳରେ ଦୁଇ ଦିନ ଧରି ଏହି ଅପରେସନ ଚାଲିଥିଲା। ତେବେ ବୟାନରେ ଅପରେସନ ଦିନର ସୂଚନା ଦିଆଯାଇ ନାହିଁ। ଜାରି ବୟାନ ଅନୁସାରେ ଆକ୍ରମଣର ପ୍ରଥମ ଦିନରେ ୧୬ଜଣ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୮ଜଣ ଆଇଏସ୍‌ ଆତଙ୍କୀ ନିହତ ହୋଇଛନ୍ତି ।

ଆକ୍ରମଣରେ ଆତଙ୍କୀ ନିହତ ହେବା ସହ ଅନେକ ଆତଙ୍କୀଙ୍କ ଆଡ୍ଡା, ଗୁମ୍ଫା ଓ ବଙ୍କର ନଷ୍ଟ କରାଯାଇଛି । ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଆଇଏସ୍‌ ଆତଙ୍କୀମାନେ ନିଜର ବେସ୍‌ ତିଆରି କରିବାରେ ଲାଗିଥିଲା । ଏହି ଆକ୍ରମଣ ଦ୍ୱାରା ବାଗଦାଦ୍‌ର ଉତ୍ତରୀ ଅଞ୍ଚଳରେ ମୁଣ୍ଡ ଟେକୁଥିବା ନୂଆ ଆତଙ୍କୀ ସଂଗଠନକୁ ଜୋରଦାର ଝଟ୍‌କା ଲାଗିଛି । ସଂଗଠନର ଆତଙ୍କୀ ନିହତ ହେବା ସହ ସୈନ୍ୟ ଆଡ୍ଡା ମଧ୍ୟ ଭାଙ୍ଗିଛି ।

   Related Posts