ଅବନ୍ତିପୋରାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

Published By : Prameya-News7 Bureau | April 09, 2021 IST

ଶ୍ରୀନଗର ୯।୪: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ସୂଚନା ଅନୁସାରେ ଜମ୍ମୁକାଶ୍ମୀର ଅବନ୍ତିପୋରା ତ୍ରାଲର ନାୟବୁଗ ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ କରିଥିଲେ । ସୁରକ୍ଷାକର୍ମୀ ଘେରାବନ୍ଦୀ ଦେଖି ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟର ଜାରି ରହିଥିବା ସୂଚନା ମିଳିଛି । କାଶ୍ମୀର ଜୋନ୍ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ ।

ସେପଟେ ଜମ୍ମୁକାଶ୍ମୀର ଶୋପିଆଁ ଜିଲ୍ଲାରେ ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ପୋଲିସ ପ୍ରବକ୍ତା କହିଛନ୍ତି, ରାଷ୍ଟ୍ରୀୟ ରାଇଫଲ, ଜମ୍ମୁ କାଶ୍ମୀର ପୋଲିସର ସ୍ବତନ୍ତ୍ର ଅଭିଯାନ ସମୂହ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଜବାନଙ୍କୁ ଆତଙ୍କବାଦୀ ଲୁଚିରହିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଶୋପିଆଁ ସହର ଜନ ମହଲାରେ ଘେରାବନ୍ଦୀ ଓ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଏହାପରେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.