Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସାଧାରଣ ନାଗରିକଙ୍କ ହତ୍ୟା ପରେ ସୁରକ୍ଷାବଳଙ୍କ ଗୁଳିରେ ଟଳିଲେଣି ୧୩ ଆତଙ୍କବାଦୀ, ୨୪ ଘଣ୍ଟାରେ ମିଳିଲା ବଡ଼ ସଫଳତା

16/10/2021 at 7:11 PM

ଶ୍ରୀନଗର ୧୬/୧୦: ଜାମ୍ମୁ-କାଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ପରେ ସୁରକ୍ଷାବଳ ଏବେ ସୁଦ୍ଧା​‌ ୧୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏନେଇ ଜାମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି। ନାଗରିକଙ୍କ ହତ୍ୟା ପରେ ୯ ଗୁଳିବନିମୟରେ ୧୩ ଆତଙ୍କବାଦୀ ସଫା ହୋଇଛନ୍ତି। ଆମେ ୨୪ ଘଣ୍ଟାରୁ କମ୍‌ ସମୟରେ ଶ୍ରୀନଗର ସହରରେ ୫ରୁ ୩ ଜଣ ଆତଙ୍କବାଦୀଙ୍କୁ ମାରିଛୁ ବୋଲି ସେ କହିଛନ୍ତି ।

ନିକଟରେ ଜାମ୍ମୁ କାଶ୍ମୀରରେ ସାଧାରଣ ଲୋକ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟାକ୍ତିଙ୍କ ହତ୍ୟାରେ ସାମିଲ ଦୁଇ ଆତଙ୍କବାଦୀଙ୍କୁ ଶୁକ୍ରବାର ପୁଲଓ୍ବାମା ଏବଂ ଶ୍ରୀନଗର ଜିଲ୍ଲାରେ ହୋଇଥିବା ଅପରେସନରେ ନିପାତ କରିଛନ୍ତି ସୁରକ୍ଷାବଳ। ଏହ ପରେ କାଶ୍ମୀର ଆଇଜିପି ବିଜୟ କୁମାର ଟ୍ବିଟ୍‌ କରି କହିଥିଲେ, ‘ନିକଟ​‌ରେ ଜଣେ କେମିଷ୍ଟ ଏବଂ ଦୁଇ ଜଣ ଶିକ୍ଷକଙ୍କ ହତ୍ୟାରେ ଜଡ଼ିତ ଦୁଇ ଆତଙ୍କବାଦୀ ଶାହିଦ ଏବଂ ତନଜୀଲ୍‌କୁ ନିପାତ କରାଯାଇଛି।’

ଅନ୍ୟପଟେ ୭ ଯବାନଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ପତ୍ତା ଲଗାଇବାକୁ ପୁଞ୍ଛ ଏବଂ ରାଜୌରୀ ଜିଲ୍ଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେସନ୍‌ ଶନିବାର ଷଷ୍ଠ ଦିନରେ ପହଞ୍ଚିଛି। ଆଜି ପୋଲିସ ଏବଂ ସୁରକ୍ଷାବଳ ମିଳିତ ଭାବେ ପୁଞ୍ଛରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିବା ପରେ ମେଢ଼ର ଅଞ୍ଚଳରେ ଗୁଳିର ଶବ୍ଦ ଶୁଭିଥିଲା। ତେବେ ଏହି ଗୁଳି ଆତଙ୍କବାଦୀଙ୍କ ଦ୍ବାରା ଫୁଟାଯାଇଛି କି ନାହିଁ ସେନେଇ ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁ ।  

   Related Posts