ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବଳକୁ ବଡ ସଫଳତା, ୩ ଆତଙ୍କବାଦୀ ନିହତ- ୫ଜଣଙ୍କ ସହ ଏବେ ଗୁଳି ବିନିମୟ ଜାରି

Published By : Prameya-News7 Bureau | September 28, 2019 IST

ଶ୍ରୀନଗର - ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି। ସୁରକ୍ଷାବଳ ଜବାନଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବାବଳେ ୫ ଜଣଙ୍କୁ ଘେରିବା ସହ ଏବେ ଗୁଳି ବିନିମୟ ଜାରି ରହିଛି ।ଜାମ୍ମୁ- କାଶ୍ମୀରର ଗାନ୍ଦରବଲ ଅଞ୍ଚଳରେ ଏବେ ଏହି ଗୁଳିବିନିମୟ ଚାଲିଛି ।ରାମବନର ବଟୋତ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପରିବାରକୁ ବନ୍ଧକ ରଖିଛନ୍ତି ।
ଧାରା ୩୭୦ ହଟିବା ପରେ ଏହା ଆତଙ୍କବାଦୀଙ୍କ ବିରୋଧରେ ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ । ନିହତ ହୋଇଥିବା ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଠାରେ ଜାମ୍ମୁ ପୋଲିସ୍‌ ଓ ସେନାର ସଂଯୁକ୍ତ କାର୍ଯ୍ୟାନୁଷ୍ଠାନ ଚାଲିବା ସହ ତଲାସି ଅଭିଯାନ ଚାଲିଛି ।

ଜମ୍ମୁର ସଂଭାଗରେ ରାମବନର ବଟୋତ ଅଞ୍ଚଳରେ ସୁରକ୍ଷା କର୍ମୀମାନେ ଆତଙ୍କବାଦୀମାନଙ୍କୁ ଘେରି ରହିଛନ୍ତି । ଏହି ଅପରେସନ୍‌ରେ ସେନା, ସିଆର୍‌ପିଏଫ୍‌ ଓ ପୁଲିସ ସଂଯୁକ୍ତ ଭାବେ ସାମିଲ ହୋଇଛନ୍ତି । ସକାଳେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ଏମାନଙ୍କୁ ଘେରି ଯାଇଥିଲା ।

ଖସିଯିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀମାନେ ଏବେ ଗୋଟିଏ ପରିବାର ଲୋକଙ୍କ ବନ୍ଧକ ବନାଇ ରଖିଛନ୍ତି । ଦୁଇ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ଏହା ପୂର୍ବରୁ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗ୍ରିନେଡ୍‌ ଫିଙ୍ଗିଥିଲେ ।


ସୁରକ୍ଷା କର୍ମୀଙ୍କ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା । ଶ୍ରୀନଗର ଡାଉନ୍‌ଟାଉନ୍‌ରେ ବି ଗ୍ରିନେଡ୍‌ ଆକ୍ରମଣ ହୋଇଛି । ଏହା ପରେ ଶ୍ରୀନଗରରେ ସୁରକ୍ଷା କର୍ମୀଙ୍କ ମୁତୟନ ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.