ମିଳିତ ଅପରେସନରେ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ କଲେ ସୁରକ୍ଷାକର୍ମୀ, ୧୯ ଗ୍ରେନେଡ୍ ଜବତ

Published By : Prameya-News7 Bureau | May 09, 2021 IST

ଶ୍ରୀନଗର ୦୯।୦୫: ଏଲଓସି ସଂଲଗ୍ନ ଜାମ୍ମୁ-କାଶ୍ମୀରର ପୁଞ୍ଛରେ ପୋଲିସ ଓ ସେନାର ମିଳିତ ସମନ୍ଵୟରେ ଆତଙ୍କବାଦୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରେ ବିପୁଳ ମାତ୍ରାରେ ଗ୍ରେନେଡ ଜବତ କରାଯାଇଛି। ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳ ବଡ ଧରଣର ଆକ୍ରମଣକୁ ପଣ୍ଡ କରିଛନ୍ତି। ରବିବାର ପୁଞ୍ଝ ଜିଲ୍ଲାରେ ଏକ ଆତଙ୍କବାଦୀ ଆଡ୍ଡାରେ ସୁରକ୍ଷାବଳ ୧୯ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିଛନ୍ତି।

ଜାତୀୟ ମୁଖପାତ୍ର କହିଛନ୍ତି, ପୁଞ୍ଝରେ ଶାନ୍ତି ବଜାୟ ରଖିବା ଏବଂ ଶାନ୍ତି ଭଙ୍ଗ କରୁଥିବା ଅସାମାଜିକଙ୍କ ଚକ୍ରାନ୍ତକୁ ସୁରକ୍ଷାବଳ ଏବଂ ପୋଲିସ ରବିବାର ସକାଳେ ପଣ୍ଡ କରିଛନ୍ତି। ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଓ ଜାମ୍ମୁ-କାଶ୍ମୀର ଜାମ୍ମୁ-କାଶ୍ମୀର ପୋଲିସ ଜାମ୍ମୁର ପୁଞ୍ଝରେ ସୁରନକୋଟ୍‌ର କାଗଲା ଅଞ୍ଚଳରେ ଏକ ମିଳିତ ଅପରେସନ ଆରମ୍ଭ କରିଥିଲେ। ଗୁଇନ୍ଦା ରିପୋର୍ଟ ଆଧାରରେ ଆରମ୍ଭ ହୋଇଥିବା ଅପରେସନରେ ଆତଙ୍କବାଦୀ ଏନଏଚ ୧୪୪ଏ ଉପରେ ସୁରକ୍ଷାବଳଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲେ।

ଏହା ପୂର୍ବରୁ ଡୋଡା  ଜିଲ୍ଲାର ଚକରଣ୍ଡୀ ଗାଁରେ ସୁରକ୍ଷାବଳ ୪୦ କିଲୋ ବିସ୍ଫୋରକ ସାମଗ୍ରୀ, ପାଞ୍ଚ ଲିଟର ପ୍ରେସର କୁକର ଇମ୍ପ୍ରୋଭାଇଜ୍‌ଡ ଏକ୍ସକ୍ଲୁସିଭ୍ ଡିଭାଇସ୍‌(ଆଇଇଡି), ପାଞ୍ଚ ଇଞ୍ଚ ଲୋହାର ପାଇପ୍ ଆଇଇଡି, ଚାରି ଇଲେକ୍ଟ୍ରିକଲ ଡେଟୋନେଟର, ବିଜୁଳି ତାର ଆଦି ଜବତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.