ଭାରତ ବନ୍ଦକୁ ନେଇ ରାଜ୍ୟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | September 10, 2018 IST

ଭୁବନେଶ୍ବର ୧୦|୯: ବନ୍ଦ ଡାକରାକୁ ନେଇ ରାଜ୍ୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ ବ୍ୟବସ୍ଥା କରିଛି । ପାଖାପାଖି ୨୨୫ ପ୍ଲାଟୁନ ଫୋର୍ସ ସାରା ରାଜ୍ୟରେ ମୁତୟନ ହୋଇଛନ୍ତି । ରେଞ୍ଜ ଆଇଜି, ଡିଆଇଜି ଓ ଜିଲ୍ଲା ଏସପିମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ବିଶେଷ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟକୁ ବିକ୍ଷୋଭକାରୀମାନେ ଟାର୍ଗେଟ କରିବାର ଆଶଙ୍କା ଥିବାରୁ ସେଠାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବାକୁ କୁହାଯାଇଛି । ସରକାରୀ ସମ୍ପତ୍ତି ଯେଭଳି ନଷ୍ଟ ନ ହୁଏ ଏବଂ ସାଧାରଣ ଲୋକ ବନ୍ଦ ପାଳନ ବେଳେ ଯେମିତି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ଏଥିପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏସପି ଓ କମିସନରେଟ ପୁଲିସର ଦୁଇ ଡିସିପିଙ୍କୁ କୁହାଯାଇଛି । ବନ୍ଦ ବେଳେ ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀଙ୍କୁ ସହଯୋଗ କରିବାକୁ ପୁଲିସ ଡିଜି ଅନୁରୋଧ କରିଛନ୍ତି । ସେହିପରି କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ବନ୍ଦବେଳେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି । ବିଧାନସଭା ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ସୁରକ୍ଷାକୁ ପ୍ରଧାନ୍ୟ ଦିଆଯାଇଛି । ସହରର ବିଭିନ୍ନ ସମ୍ବେଦନଶୀଳ ଛକରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.