ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ; ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | December 23, 2018 IST

ଖୋର୍ଦ୍ଧା ୨୩|୧୨: ସୋମବାର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ କେନ୍ଦ୍ରାଞ୍ଚଳ ଆଇଜି ସୈମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ବାବଧାନରେ ୪ ଜଣ ଏସପି, ୧୦ ଜଣ ଆଡିସିନାଲ ଏସପି,  ୩୦ ଜଣ ଡିଏସପି ଏବଂ ୧୫୦ ଜଣ ପୋଲିସ ଅଧିକାରୀ ଉପସ୍ଥିତ ରହିବେ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।

{"id":66461}

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ସାଧାରଣ ସଭା ହେବାକୁ ଥିବା ଖୋର୍ଦ୍ଧା  ଗୋଶାଳା ପଡ଼ିଆରେ ବିଜେପି ପକ୍ଷରୁ ଭୂମି ପୂଜନ କରାଯାଇଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲାପାଳ ଗୋଶାଳା ପଡ଼ିଆ ଏବଂ ଆଇ.ଆଇ.ଟି କ୍ୟାମ୍ପସ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

{"id":66462}

ପ୍ରଧାନମନ୍ତ୍ରୀ ସୋମବାର ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦରେ ଥିବା ଗୋଶାଳା ପଡ଼ିଆ ଏବଂ ଅରୁଗୁଳୁ ଆଇଆଇଟି କ୍ୟାମ୍ପସକୁ ଆସି ବହୁ ଯୋଜନାର ଲୋକାର୍ପଣ କରିବା ସହିତ ସାଧାରଣ ସଭାରେ ଉଦବୋଧନ ଦେବେ । ଏହାସହ ୧୬ ନଂ ଜାତୀୟ ରାଜପଥର ଛଅ ଲାଇନ ବିଶିଷ୍ଟ ରାସ୍ତାକୁ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ଆଇଜରର ମଧ୍ୟ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଟିମ୍ ଗୋଶାଳା ପଡିଆ ଏବଂ ଆଇଆଇଟି କ୍ୟାମ୍ପସକୁ ଯାଇ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଛନ୍ତି ।

{"id":66463}

ସେପଟେ କଂଗ୍ରେସ ଏବଂ ବିଜେଡି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରୁ ବିଜେପିକୁ କୌଣସି ଫାଇଦା ମିଳିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.