Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟ ଦକ୍ଷିଣେଶ୍ବରୀ କାଳୀ ମନ୍ଦିର ପାର୍ଶ୍ବରେ ତିଆରି ହୋଇଛି ପାର୍କ : ହେଲେ ନାହିଁ ସୁରକ୍ଷା ବ୍ୟବସ୍ଥା

20/12/2018 at 3:48 PM

ଭଦ୍ରକ ୨୦|୧୨: ପାର୍କ ତିଆରି ହେଲା । ପିଲାଏ ଢେର ମନୋରଂଜନ କରୁଛନ୍ତି । ହେଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ବୋଲି କିଛି ନାହିଁ । ପାର୍କ ଉପର ଦେଇଯାଇଛି ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର । ଅମୃତ ଯୋଜନାରେ ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡରେ ନିର୍ମାଣ ହୋଇଥିବା ପାର୍କରେ ଆଉ କଣ ସବୁ ସମସ୍ୟା ରହିଛି ଚାଲନ୍ତୁ ଦେଖିବା ଆମର ଏଇ ରିପୋର୍ଟରେ ।  

 

ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟ ଦକ୍ଷିଣେଶ୍ବରୀ କାଳୀ ମନ୍ଦିର ପାର୍ଶ୍ବରେ ତିଆରି ହୋଇଛି  ପାର୍କ । ଅମୃତ ଯୋଜନାରେ ପୌରପାଳିକା ପକ୍ଷରୁ ନିର୍ମାଣ ହୋଇଛି ଏହା । ଖର୍ଚ୍ଚ ହୋଇଛି ୪୩ ଲକ୍ଷ ଟଙ୍କା । ପିଲାଏ ଦୋଳି ଖେଳୁଛନ୍ତି । ଖସଡ଼ାରେ ଖସିବାର ମଜା ବି ଅଲଗା । ଘିର ଘିର ବୁଲିଲେ କି ଖୁସି ପିଲାଏ ।ସେଥିପାଇଁ ପାର୍କରେ ବେଶ୍ ଭିଡ଼ ଦେଖିବାକୁ ମିଳୁଛି । ବାପା-ମା ଏବଂ ବୟସ୍କମାନେ ବି ଗପରେ ମାତୁଛନ୍ତି । କେଉଁଠି ହାତୀ ଠିଆ ହେଇଛି ତ ଆଉ କେଉଁଠି ବାଘ ଆଉ ହରିଣ । ସତରେ ପାର୍କକୁ ଆସିଲେ କିଛି ସମୟ ପାଇଁ ମନ ହାଲ୍‌କା ଲାଗୁଛି ।

ପାର୍କରେ ବି ଅନେକ ସମସ୍ୟା ରହିଛି । ସଂଜ ନଇଁଲେ ଯଦି ଲାଇନ୍ କଟିଲା ତାହେଲେ ଅନ୍ଧାର ରାଜୁତି କରୁଛି । କାରଣ ଜେନେରେଟର ନାହିଁ । ସେପଟେ ତଳେଦୋଳି, ପିଲାଏ ମଜା ନେଉଛନ୍ତି, ଏପଟେ ମୁଣ୍ଡ ଉପରେ ୩୩ କେଭିର ବିଦ୍ୟୁତ ତାର । ପିଲାଠୁ ବୟସ୍କ ସମସ୍ତେ ଆସୁଛନ୍ତି ପାର୍କକୁ, ହେଲେ ଶୌଚାଳୟ ବ୍ୟବସ୍ଥା ନାହିଁ ।

   Related Posts