ସାରା ରାଜ୍ୟରେ ଦୀପାବଳି ଓ ବାଣଫୁଟା ପାଇ ଏପରି ନିଆଯାଇଛି ସୁରକ୍ଷା ପଦକ୍ଷେପ,ରାତି ୧୦ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ - ସରୁ ଗଳି ପାଇଁ ଏଥର ବାଇକ୍‌ରେ ନିଆଁଲିଭା ସ୍କାଡ

Published By : Prameya-News7 Bureau | October 26, 2019 IST

ଭୁବନେଶ୍ୱର କଟକ ୨୬।୨ ୦- ଦୀପାବଳିରେ ବିଭିନ୍ନ  ସ୍ଥାନରେ ନିଆଁ ଲାଗିବାର ଆଶଙ୍କା  ଅଧିକ । ଏଥିପାଇଁ ସାରା ରାଜ୍ୟରେ ଥିବା ୩୩୭ଟି ଅଗ୍ନିଶମ କେନ୍ଦ୍ରକୁ ସଜାଗ କରାଯାଇଛି ।

ଏଥିପାଇଁ ୩୩୭ଟି ଅଗ୍ନିଶମ କେନ୍ଦ୍ରରେ ଆଲର୍ଟ ଜାରି କରାଯାଇଛି ।

୫ ହଜାର କର୍ମଚାରୀ ଏଥିପାଇଁ ନିୟୋଜିତ ହୋଇଛନ୍ତି ।

୯ ଶହ ଅଗ୍ନିଶମ ବିଭାଗର ଗାଡିକୁ ଏଥିପାଇଁ ନିୟୋଜିତ କରାଯାଇଛି ।

ରାତି ୧୦ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ।

ବାଲେଶ୍ୱର , ସମ୍ବଲପୁର, ବରଗଡ, ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ଅସ୍ଥାୟୀ ଦମକଳ କେନ୍ଦ୍ର କରାଯାଇଛି ।

ଗଳି କନ୍ଦିରେ ନିଆଁ ଲିଭାଇବା ପାଇଁ ସ୍ୱତନ୍ତ୍ର ବାଇକ୍‌ ସ୍କାଡ କରାଯାଇଛି ।

କଟକରେ ୫ଟି ଅସ୍ଥାୟୀ ଦମକଳ କେନ୍ଦ୍ର କରାଯାଇଛି ।

ଦୀପାବଳୀ ବେଳେ ସାମ୍ଭାବ୍ୟ ଅଗ୍ନିକାଣ୍ଡ ଦୁର୍ଘଟଣାକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ତରଫରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କଟକରେ ୫ଟି ଅସ୍ଥାୟୀ ଅତିରିତ୍କ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ସେହିପରି ଲୋକମାନଙ୍କୁ ହଇରାଣ କଲେ ଏବଂ ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଦୀପାବଳୀ ରାତିରେ ସହରରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୂତୟନ କରାଯିବ ବୋଲି ଡିସିପି କହିଛନ୍ତି ।

ଦିପାବଳୀ ସମୟରେ ଦୁର୍ଘଟଣା ଓ ଅଗ୍ନିକାଣ୍ଡ ଘଟଣା ରୋକିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୂୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପାଗ ଧିରେଧିରେ ଶୁଖିଲା ହେଉଥିବା ବେଳେ ଶନିବାର, ରବିବାର ଓ ସୋମବାର ତିନିଦିନ ଧରି ବିଭିନ୍ନ ସ୍ଥାନରେ ବାଣ ଫୁଟାଯିବ। ତେଣୁ କଟକ ବକ୍ସିବଜାର ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଯେକୌଣସି ପରିସ୍ଥିତର ମୂକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିଥିବା କୁହାଯାଇଛି। ସେହିପରି କେବଳ କଟକ ସହର ପାଇଁ ୫ଟି ଅତିରିକ୍ତ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି।

ସେପଟେ କମିଶନରେଟ୍ ପୋଲିସ୍ ମଧ୍ୟ ଲୋକମାନେ କିଭଳି ନିରାପଦରେ ବାଣ ଫୁଟାଇବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛି… ରାତି ୧୦ଟା ପରେ ବାଣ ଫୁଟାଇବା ନେଇ ଥିବା କଟକଣା କଡାକଡି ଲାଗୁ କରିବାକୁ ପୋଲିସ୍ ପଦକ୍ଷେପ ନେଇଥିବା କଥା ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି….

ଲୋକମାନଙ୍କୁ ଖୋଲା ଜାଗାରେ ସୁତାବସ୍ତ୍ର ପିନ୍ଧି ବାଣ ଲଗାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ନିକଟରେ ପାଣି ରଖିବା ସହ ଅଫୁଟା ବାଣକୁ ଫୁଟାଇବା ପାଇଁ ଚେଷ୍ଟା ନକରିବାକୁ ଅନୁରୋଧ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.