Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ଘୋଷଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

4/07/2019 at 7:38 AM

ପୁରୀ ୪|୭: ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଲୋକମାଳାରେ ଝଲସି ଉଠୁଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ବଡ଼ଦାଣ୍ଡ ଭକ୍ତିରେ ପରିପୂର୍ଣ୍ଣ ହୋଇଯାଇଛି। ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରାରେ ବାହାରିବେ। ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ।

ରଥଯାତ୍ରା ପାଇଁ ଟ୍ରାଫିକ ନିୟନ୍ତ୍ରଣ, କର୍ଡ଼ନ୍, ଭିଆଇପି ସିକ୍ୟୁରିଟି ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବନ୍ଦେ।ବସ୍ତ କରାଯାଇଛି । ଯାନବାହନ ଚଳାଚଳର ଗତିପଥ ପରିବର୍ତ୍ତନ ସହ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ୩୧୬ନଂ ଜାତୀୟ ରାଜପଥ ଦେଇ ଆସୁଥିବା ସମସ୍ତ ଆନ୍ତରାଜ୍ୟ ସଂରକ୍ଷିତ ବସଗୁଡ଼ିକ ପାଇଁ ମାଳତୀପାଟପୁର ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେଠାରୁ ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ୨୦ଟି ଟାଉନ ବସ୍ ଓ ସିଟି ବସ୍ ର ବ୍ୟବସ୍ଥା କରାଯାଇଛି ।

ସେହିପରି କୋଣାର୍କ ଆଡ଼ୁ ଆସୁଥିବା ଟୁରିଷ୍ଟ ଗାଡ଼ିଗୁଡ଼ିକ ପାଇଁ ଗ୍ରୀଡ଼ ଷ୍ଟେସନଠାରେ ଥିବା ଉଦ୍ୟାନ କୃଷିଫାର୍ମରେ ପାର୍କିଂ ବ୍ୟବସ୍ଥା । ଫେରିବା ସମୟରେ ବାଲିଘାଟ ଛକ ଓ ହରେକୃଷ୍ଣପୁର ଛକ ଦେଇ ରାଜପଥ ଯିବାର ବ୍ୟବସ୍ଥା କରାଯାଇଛି । ତେବେ କୋଣାର୍କରୁ ପୁରୀ ଆସୁଥିବା ଯାତ୍ରୀବାହୀ ବସଗୁଡ଼ିକ ତାଳବଣିଆ ପାର୍କିଂସ୍ଥଳରେ ରହିବା ବ୍ୟବସ୍ଥା ।

ଭୁବନେଶ୍ବରରୁ ପୁରୀ ଆସୁଥିବା ନିୟମିତ ବସ୍ ଗୁଡ଼ିକ ମାଳତୀପାଟପୁରଠାରୁ ଆର୍ ଓବି ଦେଇ ତାଳବଣିଆ ନୂତନ ପାର୍କିଂସ୍ଥଳକୁ ଆସିବ । ଫେରିବା ବେଳେ ଗ୍ରୀଡ଼ ଷ୍ଟେସନ ଛକ, ବାଲିଘାଟ ଛକ, ସମଙ୍ଗରା, ବୀରହରେକୃଷ୍ଣପୁର ଦେଇ ଜାତୀୟ ରାଜପଥକୁ ବାହାରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବେ । ବ୍ରହ୍ମଗିରିରୁ ପୁରୀ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍ ଗୁଡ଼ିକ ମଙ୍ଗଳାଘାଟ ଛକ ନିକଟରେ ଥିବା ଫ୍ଲୋରିସ୍ ଇଣ୍ଡିଆ ପାର୍କିଂସ୍ଥଳରେ ପାର୍କିଂ କରିବେ । ପରେ ସେହି ରାସ୍ତାରେ ଫେରିବେ ।

ଭିଭିଆଇପିଙ୍କୁ ଆଣିଥିବା ଏସ୍କଟ ଗାଡ଼ିଗୁଡ଼ିକ ଲୋକନାଥ ରୋଡ୍ ଦେଇ ଗଦାଧର ପଡ଼ିଆ ପାଖରେ ରଖାଯିବ । ବଡ଼ଦାଣ୍ଡ ସଂଲଗ୍ନ ରାସ୍ତା ଉପରେ ବି ଯାତାୟତ କଟକଣା ଲାଗୁ ହୋଇଛି । ଚଳିତ ବର୍ଷ ୧୫୦ରୁ ଅଧିକ ପ୍ଲାଟୁନ୍ ଫେ।ର୍ସ ସହ ସିଆରପିଏଫ, ଆରଏଏଫ ଭଳି କେନ୍ଦ୍ରୀୟ ଫେ।ର୍ସ ମୁତୟନ କରାଯାଇଛି । ସଂପୂର୍ଣ୍ଣ ରଥଯାତ୍ରାକୁ ସିସିଟିଭି ଓ ଇଣ୍ଟିଗ୍ରେଟେଡ଼୍ କଣ୍ଟ୍ରେ।ଲ ରୁମ୍ ମାଧ୍ୟମରେ ନିୟନ୍ତ୍ରଣ କରାଯିବ । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ମେ।ବିଲିଟି ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ୍ ପେ।ଲିସ ଫେ।ର୍ସ ମୁତୟନ କରାଯାଇଛି । 

   Related Posts