ଗୁଇନ୍ଦା ବିଭାଗର ସୂଚନା ନ ମିଳିଥିବା ଯୋଗୁଁ ପୁଲୱାମାରେ ଆତଙ୍କୀ ହମଲା ହୋଇଥିବା ସ୍ୱୀକାର କଲେ ସୁରକ୍ଷା ଏଜେନ୍ସି

Published By : Prameya-News7 Bureau | February 23, 2019 IST

ଦିଲ୍ଲୀ ୨୩/୨ : କାଶ୍ମୀର ପୁଲୱାମାରେ ୧୪ ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଆଦିଲ ମହମ୍ମଦ ଡାର ଆତ୍ମଘାତୀ ହମଲା କରିଥିଲା | ଗୁଇନ୍ଦା ଏଜେନ୍ସିର ତାଲିକାରେ ଆଦିଲ ତୃତୀୟ ଶ୍ରେଣୀର ଆତଙ୍କବାଦୀ ଥିଲା | ଅର୍ଥାତ ସେ ଏତେଟା ଘାତକ ନଥିଲା | ଗତ ୫ ବର୍ଷରେ ପାକିସ୍ତାନ ଭାରତର ଅନେକ ଇନଫର୍ମରଙ୍କ ଉପରକୁ ଆକ୍ରମଣାତ୍ମକ ହମଲା କରିଛି | ରିପୋର୍ଟ ଅନୁଯାୟୀ, ଅଧିକାରୀଙ୍କ ଦସ୍ତାବିଜରେ ଆଦିଲକୁ କମ ଭୟଙ୍କର ଆତଙ୍କବାଦୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା| ୨୦୧୮ ମସିହା ଡିସେମ୍ବର ମାସରେ ଅପଡେଟ କରାଯାଇଥିବା ଡାଟାବେସରୁ ଜଣାପଡିଛି ଯେ, କାମରାନ ଏବଂ ଫରହାନର ଉପସ୍ଥିତି ବିଷୟରେ ଗୁଇନ୍ଦା ବିଭାଗ ପାଖରେ କୌଣସି ସୂଚନା ନଥିଲା | ଉଭୟ ପାକିସ୍ତାନୀ ଜୈସ ସଂଗଠନର କମାଣ୍ଡର ଥିଲେ | ସୋମବାର ଦିନ ପୁଲୱାମା ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଉଭୟ ଆତଙ୍କବାଦୀ କାମରାନ ଏବଂ ଫରହାନ ନିହତ ହୋଇଥିଲେ |

{"id":87880}

ଜୈସ କମାଣ୍ଡୋଙ୍କ ମାମଲାରେ ସୁରକ୍ଷାକର୍ମୀ ସେମାନଙ୍କ ପରିଚୟକୁ ନେଇ ବିବାଦ କରିଥିଲେ | କାରଣ ତାଙ୍କ ବିଷୟରେ କୌଣସି ଗୁପ୍ତ ସୂଚନା ନଥିଲା | ଆତଙ୍କବାଦ ନିରୋଧି ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ସେମାନେ ଆତଙ୍କବାଦୀ କାମରାନ ଏବଂ ଫରହାନର ଅସଲି ପରିଚୟକୁ ନେଇ ଦ୍ଵନ୍ଦରେ ଥିଲେ | କାରଣ ପାକିସ୍ତାନୀ ସେନା ଏବଂ ଆଇଏସଇ ଆତଙ୍କୀ ଅଭିଯାନ ପାଇଁ ସେମାନଙ୍କ କୋଡ଼ ରଖାଯାଇଥାଏ | ଗୁଇନ୍ଦା ବିଭାଗକୁ ପଥଭ୍ରଷ୍ଟ କରିବା ପାଇଁ ଆଇଏସଇ ସବୁ ଆତଙ୍କବାଦୀକୁ ଜାଣିଶୁଣି ଅନେକ ଉପନାମ ଦେଇଥାଏ | ସମସ୍ୟା ସୃଷ୍ଟି କରିବା ପାଇଁ ଆବୁ, ଗାଜି ଆଦି ଉପନାମ ବ୍ୟବହାର କରିଥାନ୍ତି | ସେଥିପାଇଁ ଅବଦୁଲ ରସିଦ ଗାଜି ନାମକ ଜଣେ କଥିତ ଆତଙ୍କବାଦୀ ଥିଲା ଏବଂ ସେ ଆଇଇଡି ବିଶେଷଜ୍ଞ ଥିଲା ବୋଲି ଏଜେନ୍ସି ଜାଣିନଥିଲା | ଗାଜି ଆତ୍ମଘାତୀ ଆକ୍ରମଣକାରୀ ଆଦିଲକୁ ପ୍ରଶିକ୍ଷଣ ଦେଇଥିଲା |

{"id":87881,"width":589,"height":310}

ସୁରକ୍ଷା ଏଜେନ୍ସିର ଅଧିକାରୀ ସ୍ୱୀକାର କରିଛନ୍ତି ଯେ, ୨୦୧୬ ମସିହାରେ ବୁରହାନ ବାନି ନିହତ ହେବା ପରେ ପାକିସ୍ତାନୀ ସେନା ଏବଂ ଆଇଏସଇ କାଶ୍ମୀରର ସ୍ଥାନୀୟ ଲୋକଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିଲେ | ଗତ ୩ ବର୍ଷ ଭିତରେ ପାକିସ୍ତାନୀ ଆତଙ୍କବାଦୀ ୧୮୦ ନାଗରିକଙ୍କୁ ହତ୍ୟା କରିଛନ୍ତି | ଏମାନଙ୍କ ଭିତରେ କିଛି ଇନଫର୍ମର ମଧ୍ୟ ଥିଲେ | କିନ୍ତୁ ହତ୍ୟା କରାଯାଇଥିବା ନାଗରିକଙ୍କ ମଧ୍ୟରେ କେତେଜଣ ଇନଫର୍ମର ଥିଲେ ତାହା କହିନାହାନ୍ତି ଅଧିକାରୀ |

{"id":87883}

ଗୁଇନ୍ଦା ଏଜେନ୍ସି ସୂଚନା ଦେଇଛନ୍ତି ଯେ, ୨୦୧୮ ମସିହାରେ ୧୪୦ ଆତଙ୍କବାଦୀ କାଶ୍ମୀର ଘାଟିକୁ ଆସିଥିଲେ | ୧୪୦ ସ୍ଥାନୀୟ ନାଗରିକ ମଧ୍ୟ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲେ | ଗତବର୍ଷ ସୁରକ୍ଷାକର୍ମୀ ୨୪୦ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ | ଏତେ ସଂଖ୍ୟକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବା ପରେ ମଧ୍ୟ କାଶ୍ମୀର ଘାଟିରେ ପାଖାପାଖି ୩୦୦ ଆତଙ୍କବାଦୀ ଲୁଚି ରହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.