Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଜମ୍ମୁ-କାଶ୍ମୀରରୁ ଫେରିଯିବାକୁ ସିକ୍ୟୁରିଟି ଆଡଭାଇଜରି ଜାରି, ଜାଣନ୍ତୁ କାରଣ

2/08/2019 at 7:02 PM

ଶ୍ରୀନଗର ୨।୮:  ଜମ୍ମୁ-କାଶ୍ମୀରରୁ ଏକ ବଡ ଖବର ଆସୁଛି। ଯେଉଁଥିରେ ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ରାଜ୍ୟ ଛାଡିବା ଲାଗି ଶୁକ୍ରବାର ନିର୍ଦ୍ଦେଶ ଦିଆଯାଇଛି। ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ସିକ୍ୟୁରିଟି ଆଡଭାଇଜରି ଜାରି କରିବା ସହ ଉପତ୍ୟାକାରେ ପଡୋଶୀ ପାକିସ୍ତାନ ଲଗାତାର ଅଶାନ୍ତି ପାଇଁ ଉଦ୍ୟମ କରୁଥିବା କୁହାଯାଇଛି । ଯେଉଁଥିରେ ସୀମାପାର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ଉଦ୍ୟମ କରାଯାଉଥିବା ବେଳେ ସେମାନେ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଲେଫ୍ଟନାଣ୍ଟ ଜେନରାଲ କେ.ଜେ.ଏସ.ଢିଲୋନ କହିଛନ୍ତି।

ଅନ୍ତର୍ଜାତୀୟ ଗୁଇନ୍ଦା ସୂଚନା ଆଧାରରେ ଏହି ଆଡଭାଇଜରି ଜାରି ହୋଇଥିବା ବେଳେ ଆତଙ୍କବାଦୀ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରିବାର ଆଶଙ୍କା କରାଯାଉଛି। ଢିଲୋନଙ୍କ ଅନୁସାରେ ପାକ୍ ସେନା ସମର୍ଥିତ ଆତଙ୍କବାଦୀ ଅମରନାଥ ଯାତ୍ରାରେ ବାଧା ସୃଷ୍ଟି କରିବାକୁ ଚାହୁଁଥିବା ସୂଚନାରୁ ସ୍ପଷ୍ଟ ଜଣାପଡୁଛି। ଏଣୁ ଯାତ୍ରାର ଉଭୟ ମାର୍ଗ ଦକ୍ଷିଣରୁ ପହଲଗାଁବ ଓ ଉତ୍ତରରୁ ବାଲଟାଲ ରାସ୍ତାର ସୁରକ୍ଷା କଡା କଡି କରାଯାଇଛି। ଉଭୟ ମାର୍ଗରେ ସେନା ଓ ସିଆରପିଏଫ ପକ୍ଷରୁ ମିଳିତ କମ୍ବିଂ ଅପରେଶନ ଚଳାଯାଇଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛନ୍ତି ଢିଲୋନ।

ସୁରକ୍ଷାବଳ ଚଳାଇଥିବା ତଲାସୀ ଅଭିଯାନ ପ୍ରାରମ୍ଭରୁ ସଫଳ ହୋଇଛି। ସୁରକ୍ଷା ବଳ ଏକ ଲ୍ୟାଣ୍ଡମାଇନ ସମେତ ଟେଲିସ୍କୋପ ସଂଯୁକ୍ତ ଏକ ଏମ-୨୪ ଆମେରିକାନ ସ୍ନାଇପର ରାଇଫଲ ଜବତ କରିଛନ୍ତି । ଏଣୁ ପୁରା ମାମଲାରେ ଏବେ ପାକିସ୍ତାନ ସେନାର ସମ୍ପୃକ୍ତି ସହିତ ଗୋଳାବାରୁଦ ଓ ଅନ୍ୟ ସହାୟତା ସନ୍ଦେହ ମଧ୍ୟ ମଜଭୁତ ହୋଇଛି। ଏଣୁ ତୀର୍ଥ ଯାତ୍ରୀଙ୍କୁ ଏବେ ଆଉ ଆଗକୁ ନଛାଡି ଆତଙ୍କବାଦୀଙ୍କ ତଲାସ କରିବାକୁ ନିଷ୍ପତ୍ତି ହୋଇଛି।

   Related Posts