ସାବଧାନ! ଟଙ୍କା ବାହାର କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଏଟିଏମର ଲାଇଟ ଜଳୁଛି କି ନା, ନଚେତ ଖାଲି ହୋଇଯାଇପାରେ ଆକାଉଣ୍ଟ

Published By : Prameya-News7 Bureau | April 25, 2019 IST

ବିଭିନ୍ନ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇଦେବାକୁ ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ଏଥିରେ ଅଟୋମେଟିକ ଟେଲର ମେସିନ ବା ଏଟିଏମ ଅନ୍ୟତମ । ଅନେକ ଦିନରୁ ବ୍ୟାଙ୍କମାନେ ଏହି ସେବା ଯୋଗାଇ ଦେଉଛନ୍ତି । ତେବେ ରାତି ଅଧରେ ଶୁନଶାନ ସ୍ଥାନରେ ଲୋକଙ୍କ ଅର୍ଥ ଆବଶ୍ୟକତା ପୂରଣ କରୁଥିବା ଏହି ମେସିନ ଉପରେ ଏବେ ଦୁର୍ବୃତ୍ତଙ୍କ ନଜର। କେଉଁଠି ସେମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରୁଛନ୍ତି ତ କେଉଁଠି ଲୋକଙ୍କ ଆକାଉଣ୍ଟ ଝାଡୁ ମାରିଦେଉଛନ୍ତି। ତେବେ ଟଙ୍କା ଉଠାଣ ବେଳେ ଗ୍ରାହକ ସତର୍କ ନ ହେଲେ କେତେବେଳେ ଲୁଟି ନ ଯିବେ କହି ହେବନି ।

{"id":107247}

ଏଟିଏମରେ କାରବାର କରିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ବ୍ୟାଙ୍କମାନେ ବାରମ୍ବାର ସଚେତନ କରାଉଛନ୍ତି । ଏହା ସତ୍ତ୍ବେ ଦୁର୍ବୃତ୍ତ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ନେଇଯାଉଥିବା ଅଭିଯୋଗ ହେଉଛି। ତେବେ ଏଟିଏମରେ କାରବାର କରିବା ବେଳେ ପ୍ରଥମେ ଗ୍ରାହନ ନିଜ ଆଡୁ ସତର୍କ ରୁହନ୍ତୁ। ସେ ଯେଉଁ ଏଟିଏମ କାଉଣ୍ଟର ଉପଯୋଗ କରୁଛନ୍ତି ତାହା ସୁରକ୍ଷିତ ତ ନିଜେ ସୁନିଶ୍ଚିତ କରିବା ପରେ ହିଁ  କାରବାର କରନ୍ତୁ।

{"id":107248}

ଏଟିଏମରେ ସବୁଠୁ ବଡ ବିପଦ ହେଉଛି କାର୍ଡ କ୍ଲୋନିଂ। ଏହାର ଅର୍ଥ ହେଉଛି କେହି ଆପଣଙ୍କ କାର୍ଡର ସମସ୍ତ ତଥ୍ୟ ନେଇ ନକଲି କାର୍ଡ କରୁଛି। ଯାହା ଦ୍ବାରା ପରବର୍ତ୍ତି ସମୟରେ ସେ ଆପଣଙ୍କ ନକଲି କାର୍ଡ କାରବାର କରିପାରିବ। କେବଳ ସେତିକି ନୁହେଁ ଆପଣଙ୍କ ପିନ ଚୋରିର ଭୟ ମଧ୍ୟ ରହିଥାଏ। ଏଣୁ ମେସିନରେ ପିନ ଦେବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରି। ସେହିପରି କାରବାର ପାଇଁ ପ୍ରଥମେ ଏଟିଏମ କର୍ଡର ସ୍ଲଟକୁ ପରଖି ନିଅନ୍ତୁ। କାର୍ଡ ସ୍ଲଟର ଲାଇଟ୍ ଜଳୁଛି କି ନା, ସ୍ଲଟ ଢିଲା ଅଛି କି ଇତ୍ୟାଦି । କାର୍ଡ ସ୍ଲଟ ଲାଇଟ୍ ଜଳୁନଥିଲେ ସେ ଏଟିଏମରେ କାରବାର ନ କରିବା ହିଁ ଭଲ।

{"id":107249}

ଏଭଳି ଏଟିଏମରେ କଣ ସବୁ ଭୟ ଥାଏ

୧-ହ୍ୟାକର ଏଟିଏମ କାର୍ଡ ସ୍ଲଟରୁ ୟୁଜରଙ୍କ ଡାଟା ଚୋରାଇ ଥାନ୍ତି ।ଏଣୁ ସ୍ଲଟରେ ଗଡବଡ ଥିଲେ ଏଭଳି ଭୟ ରହିବା ସ୍ବାଭାବିକ।

୨-ହ୍ୟାକର ଏଟିଏମ କାର୍ଡ ସ୍ଲଟରେ ଡିଭାଇସ ଲଗାଇ କାର୍ଡର ଡାଟା ବ୍ଲୁ ଟୁଥରେ ସଂଗ୍ରହକରୁଥିବା ପ୍ରମାଣ ରହିଛି । ଯଦି ଆପଣଙ୍କ କାର୍ଡ ହ୍ୟାକର ବ୍ୟବହାର କରୁଥିବା ଆପଣ ସନ୍ଦେହ କରୁଛନ୍ତି  ତେବେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.