ମାଓବାଦୀଙ୍କ ଗୁଳିରେ ପୋଲିଂ ପାଇଁ ଯାଉଥିବା ମହିଳା ସେକ୍ଟର ଅଫିସରଙ୍କ ମୃତ୍ୟୁ

Published By : Prameya-News7 Bureau | April 17, 2019 IST

କନ୍ଧମାଳ ୧୭|୪: କନ୍ଧମାଳରେ ମାଓବାଦୀମାନେ ପୁଣି ଆକ୍ରମଣ କରିଛନ୍ତି । ମାଓବାଦୀଙ୍କ ଗୁଳିରେ ପୋଲିଂ ଷ୍ଟାଫ୍‌ ନେଇ ଯାଉଥିବା ମହିଳା ସେକ୍ଟର ଅଫିସରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କ୍ରାନ୍ଦିବାଲି ଗାଁର ସଂଯୁକ୍ତା ଦିଗାଲ ।

ସୂଚନା ଅନୁସାରେ ପୋଲିଂ ଷ୍ଟାଫ୍‌ଙ୍କୁ ସାଙ୍ଗରେ ନେଇ ଯାଉଥିଲେ ପୋଲିଂ ଅଫିସର ସଂଯୁକ୍ତା ଦିଗାଲ । ଏକ ବୋଲେରୋ ଗାଡି ଯୋଗେ ଯାଉଥିବାବେଳେ ରାସ୍ତାରେ ଏକ ବ୍ରିଜ୍ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପୂର୍ବରୁ ତାଙ୍କ ଗାଡି ଅଟକି ଯାଇଥିଲା । ବିସ୍ଫୋରଣ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ପୋଲିଂ ଷ୍ଟାଫ୍‌ । ତେବେ ମାଓବାଦୀ ଗୁଳି ଚଳାଇବା ବେଳେ ସଂଯୁକ୍ତାଙ୍କ ଦେହରେ ବାଜିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

{"id":104358}

ଆଜି ସକାଳେ କନ୍ଧମାଳରେ ପୋଲିଂ ପାର୍ଟି ଉପରେ ମାଓବାଦୀମାନେ ହମଲା କରିଥିଲେ। ସୁମରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ନିକଟରେ ପୋଲିଂ ପାର୍ଟି ଯାଉଥିବାବେଳେ ଗାଡିକୁ ଅଟକାଇ ଦେଇଥିଲେ ମାଓବାଦୀ । ପୋଲିଂ ପାର୍ଟିକୁ ଗାଡି ମଧ୍ୟରୁ ବାହାର କରି ଗାଡିକୁ ଉଡାଇ ଦେଇଥିଲେ । ୨ଟି ପୋଲିଂ ପାର୍ଟି ୨ଟି ଗାଡିରେ ଫୁଲବାଣୀରୁ ଫିରିଙ୍ଗିଆ ଯାଉଥିଲେ ପାର୍ଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.