ଜମ୍ମୁ-କାଶ୍ମୀରରୁ ହଟିଲା ଧାରା ୩୭୦: ମେହବୁବା ମୁଫ୍ତି ଦେଲେ ଏମିତି ପ୍ରତିକ୍ରିୟା...

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ୫|୮: ଜମ୍ମୁ-କାଶ୍ମୀରରେ ଲାଗିଥିବା ୩୭୦ ଧାରା ଉଚ୍ଛେଦ ନେଇ ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ରଖିଥିଲେ। ଏନେଇ ରାଜନୈତିକ ମହଲରୁ ବିଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ପିଡିପି ମୁଖ୍ୟ ମେହବୁବା ମୁଫ୍ତି ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ସେ କହିଛନ୍ତି, ଆଜି ଭାରତୀୟଙ୍କ ପାଇଁ ଲୋକତନ୍ତ୍ର ପାଇଁ କଳା ଦିନ ।

{"id":141018}

 କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପ-ମହାଦ୍ବୀପ ଉପରେ ଭୟନାୟକ ପ୍ରଭାବ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାରଙ୍କ  ଆଭିମୁଖ୍ୟ ସ୍ପ​‌ଷ୍ଟ ହୋଇଛି। ସେ ଚାହିଁଛନ୍ତି ଯେ,  ଜାମ୍ମୁ କାଶ୍ମୀର ଲୋକ ଅତଙ୍କିତ ହୁଅନ୍ତୁ। କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ଏହା ବେଆଇନ ଓ ଅସାମ୍ବିଧାନିକ ବୋଲି ସେ କହିଛନ୍ତି। ଏହା ଜମ୍ମୁ- କାଶ୍ମୀରକୁ ବ୍ୟବସାୟ ଶକ୍ତିରେ ପରିଣତ କରିଦେବ।

{"id":141019}

ଭାଜପା ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି, କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରିବା ଉଚିତ ଥିଲା। ଏଥିପାଇଁ ସାମ୍ବିଧାନିକ ସଂଶୋଧନର ଆବଶ୍ୟକ ନାହିଁ ବୋଲି ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.